Latest Odisha News

BREAKING NEWS

ହୀରୋ ହେବେ ବବି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡରେ ଖୁବ ଶୀଘ୍ର ଆଉ ଏକ ଷ୍ଟାର ସନଙ୍କ ଏଂଟ୍ରି ହେବାକୁ ଯାଉଛି । ହୀ ମ୍ୟାନ ଧର୍ମେନ୍ଦ୍ରଙ୍କ ପୁତ୍ର ବବି ଦେଓଲଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁଅ ଆର୍ଯ୍ୟନ ଓ ଧରମ ଅଭିନୟ କରିବେ । ଅବଶ୍ୟ ପୂର୍ବରୁ ବବି ଏହାକୁ ଖଣ୍ଡନ କରୁଥିଲେ । ସେମାନେ ସାଧାରଣ ଜୀବନଯାପନ କରନ୍ତୁ । ଗ୍ଲାମର ସହିତ ଶୀଘ୍ର ଯୋଡି ହୋଇଯିବା ଠିକ ନୁହେଁ । ଅବଶ୍ୟ ବବିଙ୍କ ପୁଅ ଯଥସମ୍ଭବ ଗ୍ଲାମର ଦୁନିଆଠାରୁ ଦୂରେଇ ରହିଛନ୍ତି । ନ୍ୟୁୟର୍କ ୟୁନିଭରସିଟିରେ ପଢ଼ା ଶେଷ କରିବା ପରେ ସେମାନେ ତାଙ୍କ ମନ ଯାହା ଚାହୁଁଛି ତାହା କରିପାରିବେ । ସେମାନେ ଅଭିନୟ କରିବାକୁ ଚାହିଁଲେ ମୁଁ ମନା କରିବି ନାହିଁ ବୋଲି ବବି କହିଛନ୍ତି ।

ସନୀ ଓ ମୋ ପରି ସେମାନେ ମଧ୍ୟ ଶାନ୍ତ ଏବଂ ଲାଜକୂଳା ସ୍ୱଭାବର ଅଟନ୍ତି । ଫିଲ୍ମରେ ଅଭିନୟ କଲେ ସେ ଏହାକୁ ପେଶାଦାର ଭାବେ କରିବେ ବୋଲି ବବି ଆଶା ବ୍ୟକ୍ତ କରିଛନ୍ତି । ଅଭିନେତା ଭାବେ ବବିଙ୍କ କ୍ୟାରିୟର ପ୍ରାୟତଃ ଶେଷ ହୋଇ ଯାଉଥିବା ବେଳେ ଆଶ୍ରମ ୱେବ ସିରିଜ ତାଙ୍କ ପାଇଁ ଜୀବନଦାନ ସାବ୍ୟସ୍ତ ହୋଇଥିଲା । ଏବେ ସେ ଲଭ ହଷ୍ଟେଲ ଏବଂ ଆନିମଲ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ବବି ସୋଲଜର, ଗୁପ୍ତ, ହାଉସଫୁଲ ୪ ପରି ହିଟ ଫିଲ୍ମରେ ଅଭିନୟ କରି ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି ।

Leave A Reply

Your email address will not be published.