Latest Odisha News

ସିଭିଲ ସର୍ଭିସ ସ୍ୱପ୍ନକୁ ଏମିତି ପୂରଣ କରିଥିଲେ ଆଇଏଏସ୍ ସୋନାଲ ଗୋଏଲ: ‘ଏକ୍ସ’ରେ କଲେ ସେୟାର

ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲ ନିଜର ସିଭିଲ୍ ସର୍ଭିସରେ ଯୋଗଦେବା ସ୍ୱପ୍ନକୁ କିପରି ସାକାର କରିଛନ୍ତି ତାହା ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି । ସେ  ଫେବୃଆରୀ ୨୧ରେ ଏହି ପୋଷ୍ଟ କରିଛନ୍ତି । ୟୁପିଏସସି ସିଭିଲ ସର୍ଭିସେସ୍ ୨୦୦୭ ମେନ୍ ମାର୍କସିଟ୍ ର ଏକ ଫୋଟ ସେୟାର କରିଛନ୍ତି । ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

୨୦୦୭ ମସିହାରେ ସେ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ତାଙ୍କର ବିଫଳତା ଠାରୁ ଆରମ୍ଭ କରି ୨୦୦୮ ମେ’ରେ ତାଙ୍କର ସଫଳତା ବିଷୟରେ ନିଜର ଅନୁଭବ ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଦର୍ଶାଇଛନ୍ତି ଯେ, ୟୁପିଏସସିର ପ୍ରଥମ ପ୍ରୟାସ ସମୟରେ ଜେନେରାଲ ଷ୍ଟଡିଜ୍ ପେପରରେ ମାର୍କ କମ୍ ଥିଲା । ତେଣୁ ସାକ୍ଷାତକାର କଲ୍ ପାଇ ନଥିଲି। ହେଲେ ମୋର ଦୃଢ ସଂକଳ୍ପ ସ୍ଥିର ଥିଲା ।

ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହର ସହିତ ଲକ୍ଷ୍ୟ ହାସଲ କରିବା ସହ  ସ୍ୱପ୍ନକୁ କେବେବି ଭୁଲି ଯାଆନ୍ତୁ ନାହିଁ ବୋଲି ସୋନାଲ ଗୋଏଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି,‘‘ ପ୍ରତି ବିଫଳତାରୁ ଆମେ ଶିଖୁବାକୁ ପାଉ, ସୁଧାରିବାକୁ ଚେଷ୍ଟା କରୁ ଏବଂ ଶେଷରେ ଜିତିବାର ସୁଯୋଗ ମିଳିଥାଏ ।’’ ତାଙ୍କର ଏହି ପୋଷ୍ଟକୁ ୬୪ ହଜାରରୁ ଅଧିକ ଥର ଲୋକେ ଦେଖି ସାରିଲେଣି । ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲଙ୍କ  ପ୍ରେରଣାଦାୟକ କାହାଣୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାରୁ  ୟୁଜର୍ସମାନେ ତାଙ୍କୁ ପ୍ରଶଂସା କରିଛନ୍ତି ।

ୟୁଜର୍ସମାନେ ଲେଖିଛନ୍ତି,‘‘ ତୁମର ବୃତ୍ତିଗତ ଜୀବନରେ ଆହୁରି ଆଗକୁ ବଢ଼ନ୍ତୁ । ବାଣିଜ୍ୟ ଆପଣଙ୍କ ଇଚ୍ଛାଧୀନ ବିଷୟ ଥିବା ଦେଖି ବହୁତ ଖୁସି ଲାଗିଲା ।  କ୍ୱଚିତ ଛାତ୍ରଛାତ୍ରୀ ବାଣିଜ୍ୟ କିମ୍ୱା ଆକାଉଣ୍ଟାଣ୍ଟି ବାଛିଥାନ୍ତି ।’’

Leave A Reply

Your email address will not be published.