Latest Odisha News

BREAKING NEWS

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଦୌଡରେ ଭାରତର କୋହଲି, ଅଶ୍ୱିନ

ନୂଅଦିଲ୍ଲୀ:ଆଇସିସି ପ୍ଲେୟାର ଅଫ ଦି ଡିକେଡ (ଦଶନ୍ଧିର ଶ୍ରେଷ୍ଠ ଖେଳାଳି) ଶର୍ଟ ଲିଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । ସମୁଦାୟ ୬ଜଣ ଖେଳାଳି ଏହି ଦୌଡରେ ରହିଛି । ଅନ୍ୟମାନେ ହେଲେ ଜୋ ରୁଟ (ଇଂଲଣ୍ଡ), କେନ୍ ୱିଲିୟମସନ (ନ୍ୟୁଜିଲାଣ୍ଡ),ଷ୍ଟିଭ ସ୍ମିଥ (ଅଷ୍ଟ୍ରେଲିଆ) ଏବଂ ଏବି ଡିଭିଲର୍ସ (ଦକ୍ଷିଣ ଆଫ୍ରିକା) ଓ କୁମାର ସଙ୍ଗକାରା (ଶ୍ରୀଲଙ୍କା) ।

କୋହଲି ଏହି ପୁରସ୍କାର ବ୍ୟତୀତ ଦିନିକିଆ, ଟି୨୦, ଟେଷ୍ଟ ପ୍ଲେୟାର ଅଫ ଡିକେଡ ଓ ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦିନିକିଆ ଖେଳାଳି ଦୌଡରେ କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ ସ୍ଥାନ ପାଇଛନ୍ତି । ଟି୨୦ରେ ରୋହିତ ଶର୍ଟଲିଷ୍ଟରେ ରହିଛନ୍ତି ।

Leave A Reply

Your email address will not be published.