Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ପ୍ରଥମ ମ୍ୟାଚରେ ପାକିସ୍ତାନର ଶୋଚନୀୟ ପରାଜୟ

ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସଠାରେ ଚାଲିଥିବା ଆଇସିସି ୨୦୧୯ ବିଶ୍ୱକପର ୧ମ ମ୍ୟାଚରେ ପାକିସ୍ତାନ ଶୋଚନୀୟ ଭାବେ ୱେଷ୍ଟଇଣ୍ଡିଜଠାରୁ ପରାଜୟ ବରଣ କରିଛି । ପାକିସ୍ତାନକୁ ଅତି ସହଜରେ ଶକ୍ତିଶାଳୀ କାରବିଆନ ଦଳ ୭ ୱିକେଟରେ ପରାସ୍ତ କରିଛି ।

ମ୍ୟାଚରେ ଟସ ଜିତି ୱେଷ୍ଟଇଣ୍ଡିଜ କପ୍ତାନ ହୋଲ୍ଡର୍ ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ଦଳ ୨୧.୪ ଓଭରରେ ମାତ୍ର ୧୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପାକିସ୍ତାନ ପକ୍ଷରୁ ଫକର୍ ଜମାନ ଓ ବାବର୍ ଆଜମ୍ ୨୨ ରନ ଲେଖାଏଁ କରିପାରିଛନ୍ତି ।

ୱେଷ୍ଟଇଣ୍ଡିଜ ବୋଲର୍ ଓସାନେ ଥୋମାସ ମାରତ୍ମକ ବୋଲିଂ ପ୍ରଦର୍ଶନ କରି ପାକିସ୍ତାନର ୪ଟି ୱିକେଟ ଅକ୍ତିଆର କରିଥିଲେ । ତାସଘର ପରି ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ ଖସି ପଡ଼ି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅନ୍ୟ ବୋଲରମାନଙ୍କ ମଧ୍ୟରେ ହୋଲ୍ଡର ୩ଟି, ରସେଲ୍ ୨ଟି ୱିକେଟ ଅକ୍ତିଆର କରିପାରିଛନ୍ତି ।

ୱେଷ୍ଟଇଣ୍ଡିଜ ମାତ୍ର ୩ଟି ୱିକେଟ ବିନିମୟରେ ୧୦୮ ରନ କରି ବିଶ୍ୱକପର ୧ମ ମ୍ୟାଚରେ ବିଜୟ ହାସଲ କରିପାରିଛି । କ୍ରିସ ଗେଲ୍ ୩୭ଟି ବଲରୁ ଧୁଆଁଧାର ୫୦ ରନ କରିଥିଲେ । ଗେଲ୍ ପାକିସ୍ତାନ ବୋଲରଙ୍କୁ ଧୁଲାଇ କରି ୩ଟି ବିଶାଳ ଛକା ଓ ୬ଟି ଚୌକା ପ୍ରହାର କରିଥିଲେ ।

ଓସାନେ ଥୋମାସଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ ଘୋଷିତ କରାଯାଇଛି ।

Leave A Reply

Your email address will not be published.