Latest Odisha News

BREAKING NEWS

ଓଡ଼ିଶା ମନ୍ତ୍ରୀମଣ୍ଡଳ ଗଠନରେ କ୍ଷୁର୍ଣ୍ଣ ହୋଇଛି ସାମ୍ବିଧାନିକ ମର୍ଯ୍ୟାଦା: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟାରେ ସାମ୍ବିଧାନିକ ମର୍ଯ୍ୟାଦାକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀକାନ୍ତ ଜେନା କହିଛନ୍ତି, ସାମ୍ବିଧାନିକ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ବିକାଶ ବିଭାଗ ତଥା ସଂଖ୍ୟାଲଘୁ ଓ ଅନୁନ୍ନତ ଶ୍ରେଣୀ କଲ୍ୟାଣ ବିଭାଗ ଗୁଡ଼ିକ ଯେକୌଣସି କ୍ୟାବିନେଟ ମନ୍ତ୍ରୀଙ୍କ ନିକଟରେ ରହିବାର ନିୟମ ରହିଛି । ମାତ୍ର ଏହି ବିଭାଗ ଗୁଡ଼ିକ କ୍ୟାବିନେଟ ମନ୍ତ୍ରିଙ୍କ ପରିବର୍ତ୍ତେ ରାଷ୍ଟ୍ରମନ୍ତ୍ରୀଙ୍କ ବିଭାଗ ରୂପେ ବଣ୍ଟନ କରାଯାଇଛି । ଏହା ସାମ୍ବିଧାନିକ ନିୟମର ବିରୁଦ୍ଧାଚରଣ କରୁଛି ।

“ବିଜେଡ଼ି ନେତୃତ୍ୱ ଏହା ଜାଣିଶୁଣି କରିଛନ୍ତି ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ବିକାଶ ବିଭାଗ ତଥା ସଂଖ୍ୟାଲଘୁ ଓ ଅନୁନ୍ନତ ଶ୍ରେଣୀ କଲ୍ୟାଣ ବିଭାଗ ଗୁଡ଼ିକ କ୍ୟାବିନେଟ ମନ୍ତ୍ରୀଙ୍କ ବିଭାଗ ଭାବେ ନଦେଇ ରାଜ୍ୟର ୯୪ ପ୍ରତିଶତ ଜନସଂଖ୍ୟାକୁ ଅପମାନିତ କରିଛନ୍ତି । ଆଉଥରେ ମନ୍ତ୍ରୀମଣ୍ଡଳ ଶପଥ ନେବାକୁ ମୁଁ ଅନୁରୋଧ କରୁଛି,” ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ଆବଣ୍ଟନ କରିଛନ୍ତି ।

Leave A Reply

Your email address will not be published.