Latest Odisha News

BREAKING NEWS

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏଚ୍‌ଏନ୍‌ଆଇଙ୍କ ପାଇଁ “ସଂପତି ପରିଚାଳନା ଶାଖା” ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଭୁବନେଶ୍ୱରର ସହିଦ ନଗର ଠାରେ ନୂଆ “ସଂପତି ପରିଚାଳନା ଶାଖା’ ଉଦଘାଟିତ ହୋଇଯାଇଛି । ଏକ ଘରୋଇ କ୍ଷେତ୍ରର ବ୍ୟାଙ୍କ ତରଫରୁ ରାଜ୍ୟରେ ଏହା ହେଉଛି ପ୍ରଥମ ସଂପତି ପରିଚାଳନା ଶାଖା ଯାହା ସ୍ୱତନ୍ତ୍ର ଭାବେ ଧନୀକ ଶ୍ରେଣୀ (ଏନଏଚଆଇ) ଗ୍ରାହକଙ୍କ ଆବଶ୍ୟକତାକୁ ସ୍ୱତନ୍ତ୍ର ଭାବେ ପୂରଣ କରିବ । ଏଚଏନଆଇ ଗ୍ରାହକମାନଙ୍କୁ ଅଗ୍ରାଧିକାର ଭିତିକ ସେବା ପ୍ରଦାନ କରିବା ଲାଗି ଏହି ଶାଖାକୁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଲକର ସୁବିଧା ମଧ୍ୟ ରହିଛି । ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ଖୋଲାଯାଇଥିବା ୧୬ ନୂଆ ଶାଖାର ଏକ ଅଂଶ ହେଉଛି ଏହି ଶାଖା ।

ଏହି ଶାଖାକୁ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଶ୍ରୀଧର ପାତ୍ର ଉଦଘାଟନ କରିଛନ୍ତି ।
ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଖୁଚୁରା ବ୍ୟବସାୟ ମୁଖ୍ୟ ଶ୍ରୀଯୁକ୍ତ ସିଦ୍ଧାର୍ଥ ମିଶ୍ର କହିଛନ୍ତି ଯେ, “ବିବିଧ ପ୍ରକାରର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟକ୍ତିଗତ ସୁହାଇବା ଭିତିକ ଉତ୍ପାଦ ଓ ସେବା ପ୍ରଦାନ କରିବା ଉପରେ ଆଇସିଆଇସିଆଇ ବ୍ୟାଙ୍କ ବିଶ୍ୱାସ କରେ । ଏହି ବିଶ୍ୱାସକୁ ନେଇ, ଆମେ “ସଂପତି ପରିଚାଳନା’ ଶାଖାକୁ ଉପସ୍ଥାପନ କରୁଛୁ ଯାହା ହେଉଛି ରାଜ୍ୟରେ ଏଭଳି ଧରଣର ପ୍ରଥମ ଶାଖା । ଏହି ଶାଖାକୁ ସ୍ୱତନ୍ତ୍ର ଭାବେ ଏଚଏନଆଇ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଓ ଏହା ସେମାନଙ୍କୁ ସୁହାଇବା ଭଳି ବ୍ୟାଙ୍କିଙ୍ଗ ସେବା, ନିବେଶ ଏବଂ ଆର୍ଥିକ ସେବା ଏକ ଉନ୍ନତ ପରିବେଶ ମଧ୍ୟରେ ପ୍ରଦାନ କରିବ । ଏହି ଶାଖା ସେମାନଙ୍କ ଅନୁଭୂତିକୁ ଆହୁରି ଚିନ୍ତାମୁକ୍ତ ଓ ନିରବଚ୍ଛିନ୍ନ କରିବା ଲାଗି ଅଭିଜ୍ଞ ରିଲେସନସିପ୍ ମ୍ୟାନେଜରଙ୍କ ଜରିଆରେ ସେବା ସଂପ୍ରସାରିତ କରିବ ।’’

ଏହି ଶାଖାରେ ଶାଖା ପ୍ରବନ୍ଧକ, ରିଲେସନସିପ ମ୍ୟାନେଜର, କ୍ଲାଏଂଟ ସର୍ଭିସ ମ୍ୟାନେଜର ଓ ନିବେଶ ଓ ବିଜନେସ ବ୍ୟାଙ୍କିଙ୍ଗରେ ବିଶେଷଜ୍ଞଙ୍କ ଏକ ଉତ୍ସର୍ଗୀକୃତ ଟିମ ରହିବ । ଏହି ଟିମ ସେମାନଙ୍କୁ ଦୈନନ୍ଦିନ ବ୍ୟାଙ୍କିଙ୍ଗ ଆବଶ୍ୟକତା ସମେତ ନିବେଶ ଆବଶ୍ୟକତାକୁ ପୂରଣ କରିବାରେ ସହାୟତା ପ୍ରଦାନ କରିବ ।

ସଂପତି ପରିଚାଳନା ଶାଖା ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉତ୍ପାଦ ଓ ସେବାଗୁଡ଼ିକ ହେଉଛି:

ଫଣ୍ଡ୍ ଓ ନିବେଶ: ଗ୍ରାହକମାନଙ୍କୁ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଶାଖା ବିବିଧ ବର୍ଗର ନିବେଶ ଉତ୍ପାଦ ଓ ସେମାନଙ୍କ ବିପଦ ଗ୍ରହଣ ମାତ୍ରା ଏବଂ ନିବେଶ ଲକ୍ଷ୍ୟକୁ ନେଇ ରଣନୀତି ପ୍ରଦାନ କରିବ । ଏଥିରେ ସାମିଲ ରହିଛି ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ପରିଚାଳନା ସେବା, ମ୍ୟୁଚୁଆଲ ଫଣ୍ଡ ଓ ଅନ୍ୟାନ୍ୟ ବିକଳ୍ପ ନିବେଶ ଉପକରଣ ।

ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା: ଏହି ଶାଖା ବିଭିନ୍ନ ଅଭିନବ ପ୍ରକାରର ଖୁଚୁରା ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା ଯଥା ସଂଚୟ ଖାତା, ପରିବାର ସଂପତି ଖାତା, ଗୃହ ଋଣ, କାର ଋଣ, କ୍ରେଡିଟ କାର୍ଡ, ବିଦେଶୀ ମୁଦ୍ରା (ଫୋରେକ୍ସ) ସେବା, “ୱେଲଥ‘ ନାମକ ଏକ ଆପ୍ ଯାହା ସଦ୍ୟତମ ଆର୍ଥିକ ସୂଚନା, ରିଟେଲ ଅଫର, ଇ-ଲକର ଭଳି ସୁବିଧା ପ୍ରଦାନ କରିବ ।

ବିଜନେସ୍ ବ୍ୟାଙ୍କିଙ୍ଗ: ଏହି ଶାଖାରେ ଏକ ଉତ୍ସର୍ଗୀକୃତ ଟିମ୍ ଗ୍ରାହକମାନଙ୍କୁ ସେମାନଙ୍କ ବିଜନେସ୍ ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବାରେ ସହାୟତା ପ୍ରଦାନ କରିବ । ଏହି ଟିମ ନିୟମିତ ଭାବେ ନୂଆ ସୁଯୋଗକୁ ଅନୁଧ୍ୟାନ କରିବ ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟକୁ ନୂତନ ଭୌଗୋଳିକ ସ୍ଥାନ ଓ କ୍ଷେତ୍ରକୁ ସଂପ୍ରସାରିତ କରିବାରେ ସହାୟତା ପ୍ରଦାନ କରିବ ।

ଏହି ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏବଂ ମାସର ତୃତୀୟ ଓ ପଂଚମ ଶନିବାର ସକାଳ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲାରହିବ ।

ବ୍ୟାଙ୍କର ଓଡ଼ିଶାରେ ୧୫୦ରୁ ଅଧିକ ଶାଖା ଓ ୩୦୦ରୁ ଅଧିକ ଏଟିଏମ ରହିଛି । ଆଇସିଆଇସିଆଇ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ବିବିଧ ଡେଲିଭରି ନେଟୱର୍କ ଯଥା ଶାଖା, ଏଟିଏମ, କଲ ସେଂଟର, ଇଟଂରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ସେବା ପ୍ରଦାନ କରୁଛି ।

Leave A Reply

Your email address will not be published.