Latest Odisha News

BREAKING NEWS

ହାତୀବାରି ଚୂନପଥର ଖଣିରେ ଅଘଟଣ; ମାଟି ଧସି ଜଣେ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଳକ ହାତୀବାରି ଚୂନପଥର ଖଣିରେ ଅଘଟଣ । ଚୂନପଥର ଖଣିରୁ ମାଟି ଧସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଟିସ୍କୋ କମ୍ପାନୀ ଅଧିକୃତ ଚୂନପଥର ଖଣି ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା । ସେଥିରୁ ସ୍ଥାନୀୟ ଲୋକମାନେ ଚୂନପଥର ପାଉଡର ସଂଗ୍ରହ କରୁଥିଲେ । ହାତୀବାରିର ସଦାନନ୍ଦ ସୁରିନ୍‌(୨୦ବର୍ଷ) ଓ ଅରବିନ୍ଦ ଲୁଗୁନ ଚୂନପଥର ସଂଗ୍ରହ କରିବାକୁ ଯାଇଥିବାବେଳେ ତାଙ୍କ ଉପରେ ମାଟି ଧସିଯାଇଥିଲା । କିଛି ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଉପସ୍ଥିତ ନଥିବାରୁ ଉଭୟଙ୍କୁ ହସ୍ପିଟାଲ ବାରଣ୍ଡାରେ ରଖାଯାଇଥିଲା । ଏହି ସମୟରେ ସଦାନନ୍ଦଙ୍କ ଜୀବନ ଚାଲିଯାଇଥିଲା ।

ଏନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଲଗାଇ ଧାରଣା ଦେଇଛନ୍ତି ।

ଆଇନ ବ୍ୟବସ୍ଥା ଲାଗୁ କରି ସ୍ଥାନୀୟ ପ୍ରଶାସନ ହାତୀବାରିରେ ସୁରକ୍ଷାବଳ ନିଯୁକ୍ତ କରିଛନ୍ତି ।

Leave A Reply

Your email address will not be published.