Latest Odisha News

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ ୫ଟି ବଡ ୱାଟର ପମ୍ପ ଲଗାଯାଇଛି । ତେବେ ଏହା କେବେଠାରୁ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ଇତି ମଧ୍ୟରେ ଇସ୍ରାଏଲର ସାଉଥ ଗାଜାର ଖାନ ୟୁନିସ ଓ ଅନ୍ୟ ଅଂଚଳରେ ଆକ୍ରମଣ ଜୋର କରିବାରେ ଲାଗିଛି । ୭ ଦିନର ସିଜ ଫାୟାର ପରେ ଏବେ ସେନା ପୁଣି ହମାସଙ୍କ ପଛରେ ପଡିବେ ବୋଲି ଆଇଡିଏଫ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ହିବ୍ରୁ ମିଡିଆ ରିପୋର୍ଟସ ଅନୁସାରେ ଇସ୍ରାଏଲ ସେନା ଓ ଗୋଇନ୍ଦା ବିଭାଗ ହମାସ ଆକ୍ରମଣ ସମ୍ପର୍କରେ ଆଗୁଆ ସୂଚନା ପାଇଥିଲେ ମଧ୍ୟ ଖାମଖିଆଲ ନୀତି ଯୋଗୁ ଏହାକୁ ରୋକି ପାରି ନ ଥିଲେ । ସେମାନେ ହମାସଙ୍କ କ୍ଷମତାକୁ କମ ଆକଳନ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅକ୍ଟୋବର ୭ ନାରକୀୟ କାଣ୍ଡ ପରେ ଇସ୍ରାଏଲ ଗାଜା ସୀମାରେ ପ୍ରବେଶ କରି ହମାସକୁ ଲୋପ କରିବା ପାଇଁ ନିଷ୍ପତି ନେଇଛି ।

Leave A Reply

Your email address will not be published.