Latest Odisha News

BREAKING NEWS

ଶୀତ ଋତୁରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଫଲୋ କରନ୍ତୁ ଏହି ଫ୍ୟାସନ ଟିପ୍ସ…

ଶୀତଋତୁରେ କିପରି ଷ୍ଟାଇଲିସ୍ ଦେଖାଯିବେ ଏହାକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହାଦ୍ଵାରା ଆପଣ ଶୀତ ଦିନରେ ମଧ୍ୟ ଷ୍ଟାଇଲିସ ଦେଖାଯିବା ସହ ଶୀତରୁ ମଧ୍ୟ ରକ୍ଷା ପାଇପାରିବେ ।

ଭୁବନେଶ୍ଵର: ଚାଲିଛି ଶୀତଋତୁ । ଏହି ଋତୁରେ ସାଧାରଣତଃ ଲୋକେ ବୁଝିପାରନ୍ତିନି ଯେ କି ସେମାନେ କଣ ପିନ୍ଧିବା ଉଚିତ୍ ଯଦ୍ଵାରା ସେମାନଙ୍କୁ ଥଣ୍ଡା ଲାଗିବନି ଓ ଷ୍ଟାଇଲିସ ମଧ୍ୟ ଦେଖାଯିବେ । ଆମେ ଆପଣଙ୍କ ସହ ଏପରି କିଛି ଫ୍ୟାସନ ଟିପ୍ସ ସେୟାର କରିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ଶୀତଋତୁରେ ମଧ୍ୟ ବହୁତ ଷ୍ଟାଇଲିସ୍ ଦେଖାଯିବେ । ଆମେ ଆପଣଙ୍କୁ କିଛି ଏପରି ପୋଷାକ ବିଷୟରେ କହିବୁ ଯାହାକୁ ପିନ୍ଧିଲେ ଆପଣ ଏହି ଶୀତଦିନରେ ମଧ୍ୟ ବହୁତ ସୁନ୍ଦର ଦେଖାଯିବେ । ତେବେ ଆସନ୍ତୁ ଜାଣିବା ସେ ପୋଷାକ ବିଷୟରେ …

ଭେଲବେଟ ଡ୍ରେସ୍- ଭେଲବେଟ ଡ୍ରେସକୁ ଏଭରଗ୍ରୀନ ବୋଲି କୁହାଯାଏ । କାରଣ ଏହି ପୋଷାକର ଫ୍ୟାସନ କେବେ ମଧ୍ୟ ପୁରୁଣା ହୋଇନଥାଏ । ଏହା ଆପଣଙ୍କୁ ଗ୍ଲାମରସ୍ ଲୁକ ଦେବା ସହ ଏଥିରେ ଆପଣ ବହୁତ ଷ୍ଟାଇଲିସ ମଧ୍ୟ ଦେଖାଯାଆନ୍ତି । ଶୀତଋରୁରେ କଳା ରଙ୍ଗର ଭେଲବେଟ ପୋଷାକ ପିନ୍ଧିବା ଦ୍ଵାରା ଆପଣ ଲୁକ ବହୁତ ସୁନ୍ଦର ଦେଖାଯାଏ । ଅନ୍ୟପଟେ ଭେଲବେଟ ପୋଷାକରେ ଶୀତରୁ ମଧ୍ୟ ରକ୍ଷା ମିଳିଥାଏ । ତେଣୁ ଏହି ଋତୁରେ ଥଣ୍ଡାରୁ ରକ୍ଷା ପାଇବା ସହ ଷ୍ଟାଇଲିସ ଦେଖାଯିବା ପାଇଁ ଭେଲବେଟ ପୋଷାକ ବହୁତ ଉତ୍ତମ ହୋଇଥାଏ ।

ସ୍ଵେଟର ପୋଷାକ- ମିଳୁଥିବା ଅନେକ ଶୀତ ବସ୍ତ୍ର ମଧ୍ୟରୁ ସ୍ଵେଟର ପୋଷାକ ସବୁଠାରୁ ଉପରେ । ସ୍ଵେଟର ଡ୍ରେସ ଆପଣଙ୍କୁ ଆରାମ ଦେବା ସହ ଆପଣଙ୍କ ଲୁକକୁ ମଧ୍ୟ ଷ୍ଟାଇଲିସ କରିଥାଏ । ତେଣୁ ନିଜ ଆଲମାରୀରେ ଏପରି ଏକ ସ୍ଵେଟର ପୋଷାକ ନିହାତି ରଖନ୍ତୁ । ଏହି ପୋଷାକ ସହ ଆପଣ ଲେଗିନ୍ସ, ସ୍ନିକର୍ସ, ଜୋତା ଆଦି ପିନ୍ଧିପାରିବେ । ତେବେ ଯଦି ଆପଣ କାଜୁଆଲ ଲୁକ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସ୍ଵେଟର ପୋଷାକ ସବୁଠାରୁ ଉତ୍ତମ ।

ରାପ ଡ୍ରେସ- ଯେପରି ଗ୍ରୀଷ୍ମ ଦିନେ ଆପଣ ରାପ ଡ୍ରେସ ପିନ୍ଧି ଅତ୍ୟନ୍ତ ଷ୍ଟାଇଲିସ ଦେଖାଯିବା ସହ ବହୁତ ସୁନ୍ଦର ମଧ୍ୟ ଦେଖାଯାଆନ୍ତି ସେପରି ଶୀତଦିନେ ମଧ୍ୟ ଏହି ରାପ ଡ୍ରେସ ପିନ୍ଧି ଆପଣ ସୁନ୍ଦର ଦେଖାଯିବେ । ଏହି ଋତୁରେ ଆପଣ ଏହି ରାପ ପୋଷାକକୁ ଉଚ୍ଚା ହିଲ ସହ ପିନ୍ଧି ପାରିବେ। ଏହାକୁ ଯେକୌଣସି ସମୟରେ ମଧ୍ୟ ପିନ୍ଧାଯାଇପାରିବ ।

ମିନି ଡ୍ରେସ୍- ଯଦି ଆପଣଙ୍କୁ ଛୋଟ ଡ୍ରେସ ପିନ୍ଧିବା ପସନ୍ଦ ତେବେ ଆପଣ ଏହି ମିନି ଡ୍ରେସ ପିନ୍ଧିପାରିବେ । ଶୀତଦିନେ ଏହି ପୋଷାକକୁ ଆପଣ ଦିନ ବେଳା ପିନ୍ଧିପାରିବେ । ଏହି ଡ୍ରେସକୁ ଆପଣ ଜୋତା ଓ ସ୍କିନ ଫିଟ ଲେଗିନ୍ସ ସହିତ ପିନ୍ଧିପାରିବେ । ଯଦି ଆପଣ ଏହାକୁ ରାତି ବେଳା ପିନ୍ଧିବାକୁ ଚାହୁଁଛନ୍ତି ତେବେ ଏହା ସହ ଆପଣ ହିଲ୍ସ ପିନ୍ଧିପାରିବେ ।

ଲଙ୍ଗ୍ କୋଟ୍- ଶୀତ ଦିନରେ ଲଙ୍ଗ କୋଟର ଫ୍ୟାସନ୍ କେବେ ମଧ୍ୟ ପୁରୁଣା ହୋଇନଥାଏ । ଏହି କୋଟକୁ ଜିନ୍ସ ଠାରୁ ଆରମ୍ଭ କରି ସୁଟ, ଶାଢୀ ସବୁଥିରେ ପିନ୍ଧିପାରିବେ । ଯେଉଁଥିରେ ପିନ୍ଧିଲେ ମଧ୍ୟ ଏହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ ଦେଇଥାଏ ।

ସୁନ୍ଦର ଶାଲ୍- ଶୀତଦିନର ଫ୍ୟାସନ ମଧ୍ୟରେ ଶାଲ ହେଉଛି ପ୍ରଥମ । ସୁନ୍ଦର ଶାଲକୁ ଆପଣ ପ୍ଲେଟ ସୁଟ୍ କିମ୍ବା ଶାଢୀ ଉପରେ ପିନ୍ଧିପାରିବେ । ଏହା ଆପଣଙ୍କୁ ଏକ ଚମତ୍କାର ଷ୍ଟାଇଲିସ୍ ଲୁକ ପ୍ରଦାନ କରିଥାଏ ।

Leave A Reply

Your email address will not be published.