Latest Odisha News

BREAKING NEWS

ଜୈବ ବିବିଧତାକୁ ସର୍ବାଧିକ କ୍ଷତି ପହଞ୍ଚାଉଥିବା ୨୫ଟି ବ୍ୟଞ୍ଜନ ମଧ୍ୟରେ ଇଡଲି, ରାଜମା ଓ ଡାଲି

ନୂଆଦିଲ୍ଲୀ: ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ବୈଜ୍ଞାନିକଙ୍କ ଦ୍ୱାରା ବୁଧବାର ପିଏଲଓଏସ୍ ୱାନରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ବିଶ୍ୱର ଶ୍ରେଷ୍ଠ ୨୫ଟି ଖାଦ୍ୟ ପ୍ରକାଶ ପାଇଛି । ଯାହା ଜୈବ ବିବିଧତା ଉପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଏହି ତାଲିକାରେ ଦେଶର ଇଡିଲି, ରାଜମା, ଚିକେନ୍ ଜଲଫ୍ରେଜି, ଡାଲି ଓ ଚଣା ମସଲା ଭଳି ଅନେକ ଭାରତୀୟ ଖାଦ୍ୟ ରହିଛି।

ସାଧାରଣତଃ ନିରାମିଷ ଖାଦ୍ୟ ମାଂସ ଥିବା ଖାଦ୍ୟ ତୁଳନାରେ ଜୈବ ବିବିଧତା ପ୍ରତି କମ କ୍ଷତିକାର ବୋଲି ବିଚାର କରାଯାଏ । କିନ୍ତୁ ଗବେଷକମାନେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଯେ ମୁଖ୍ୟ ଉପାଦାନ ଭାବରେ ଚାଉଳ ଏବଂ ଡାଲି ଥିବା ଖାଦ୍ୟରେ ଜୈବ ବିବିଧତା ପ୍ରଭାବିତ ହେବାର ସମ୍ଭାବନା ଅଧିକ।

ଏହି ଗବେଷଣାର ନେତୃତ୍ୱ ନେଇଥିବା ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ଜୈବିକ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଲୁଇସ୍ ରୋମାନ୍ କାରାସ୍କୋ କହିଛନ୍ତି, ଜୈବ ବିବିଧତା ଉପରେ ଭାରତରେ ଡାଲି ଓ ଚାଉଳର ବ୍ୟାପକ ପ୍ରଭାବ ଏକ ଆଶ୍ଚର୍ଯ୍ୟଜନକ। କିନ୍ତୁ ଯେତେବେଳେ ଆପଣ ଏହା ବିଷୟରେ ଚିନ୍ତା କରନ୍ତି, ସେତେବେଳେ ଏହା ବୁଝାପଡ଼େ।

ପ୍ରତ୍ୟେକ ଉପାଦାନ ପାଇଁ ବ୍ୟବହୃତ ଚାଷ ଜମି ମଧ୍ୟରେ ବନ୍ୟଜନ୍ତୁଙ୍କ ବିବିଧତା, ସଂରକ୍ଷଣ ସ୍ଥିତି ଏବଂ ପରିସୀମାକୁ ବିଚାରକୁ ନେଇ ଏହି ଅଧ୍ୟୟନ ପ୍ରତ୍ୟେକ ଖାଦ୍ୟର ଜୈବ ବିବିଧତାକୁ ଅନୁଶୀଳନ କରାଯାଇଛି।

ଅଧ୍ୟୟନରୁ ଜଣାପଡିଛି ଯେ ଭାରତ ଭଳି ଦେଶରେ ନିରାମିଷ ଖାଦ୍ୟର ରୁଚି ରହିଛି। ହେଲେ ଗୋମାଂସ ଏବଂ ମେଣ୍ଢା ମାଂସର ଚାହିଦା ମଧ୍ୟ ଅଂଚଳ ଅନୁଯାୟୀ ରହିଛି।

ଏହି ଗବେଷଣାର ସହ-ଲେଖକ ତଥା ବିଶ୍ୱବିଦ୍ୟାଳୟର ଜୈବିକ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଲୁଇସ୍ ରୋମାନ୍ କାରାସ୍କୋ ‘ଦି ଟେଲିଗ୍ରାଫ୍’କୁ କହିଛନ୍ତି ଯେ ଭାରତରେ ଲେମ୍ବୁ ଓ ଚାଉଳର ଉଚ୍ଚ ପ୍ରଭାବ ଅପ୍ରତ୍ୟାଶିତ, କିନ୍ତୁ ଯୁକ୍ତିଯୁକ୍ତ।

ଏହି ଅଧ୍ୟୟନରେ ଜମିକୁ କୃଷିରେ ପରିଣତ କରିବା କାରଣରୁ ବିଶ୍ୱର ଏକ ପ୍ରମୁଖ ଜୈବ ବିବିଧତା ହଟସ୍ପଟ୍ ଭାରତୀୟ ହିମାଳୟ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଶ୍ରେଷ୍ଠ ୨୫ଟି ବ୍ୟଞ୍ଜନରେ ବ୍ରାଜିଲ, କୋରିଆ ଏବଂ ମେକ୍ସିକୋର ମାଂସ ଏବଂ ପନିପରିବା ବ୍ୟଞ୍ଜନ ମଧ୍ୟ ରହିଥିଲା। ଜୈବ ବିବିଧତାର ପାଦଚିହ୍ନ କମ୍ ଥିବା କେତେକ ଭାରତୀୟ ବ୍ୟଞ୍ଜନ ହେଉଛି ଆଳୁ ପରଟା, ଦୋସା ଏବଂ ବଣ୍ଡା (ଆଳୁ ଚପ ଭଳି) । ଗବେଷଣାରୁ ଜଣାପଡିଛି ଯେ ସବୁଠାରୁ କମ୍ ଜୈବ ବିବିଧତା ଥିବା ଖାଦ୍ୟ ହେଉଛି ଫ୍ରେଞ୍ଚ ଫ୍ରାଇଜ୍ ।

ତେବେ ଜୈବ ବିବିଧତା ସଂରକ୍ଷଣ ପାଇଁ ଲାଭଦାୟକ ବୋଲି କାରାସ୍କୋ ଭାରତର ବୃହତ ନିରାମିଷ ଖାଦ୍ୟ ଖାଉଥିବା ଜନସଂଖ୍ୟାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତୀୟମାନେ ଅଧିକ ମାଂସ ବ୍ୟବହାର ଏବଂ ଉତ୍ପାଦନ କରିବାକୁ ଆଗେଇ ଆସିବେ, ତେବେ ଜୈବ ବିବିଧତାର ପ୍ରଭାବ ବହୁତ ଖରାପ ହେବ।

Leave A Reply

Your email address will not be published.