Latest Odisha News

BREAKING NEWS

ମନ କିଣୁଛି ଲଡ୍ଡୁ ଗୋପାଳଙ୍କ ଭାଇରାଲ ଏଆଇ ଫଟୋ

ଭୁବନେଶ୍ଵର: ବର୍ତ୍ତମାନ ଚାଲିଛି ଏଆଇ ଯୁଗ । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭଗବାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ଏଆଇ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଲଡ୍ଡୁ ଗୋପାଳଙ୍କ ଏହି ମନମୋହକ ଫଟୋ ସମସ୍ତଙ୍କ ମନ କିଣିନେବ । ଭାଇରାଲ ହେବାରେ ଲାଗିଛି ଲଡ୍ଡୁ ଗୋପାଳଙ୍କର ମନମୋହକ ଏଆଇ ଫଟୋ ।

ଏହି ଫଟୋଟି ହେଉଛି ବାଲ୍ କୃଷ୍ଣଙ୍କର ଏକ ବର୍ଷର ବାଳକ ଫଟୋ । ଏହି ଫଟୋରେ ଲଡ୍ଡୁ ଗୋପାଳ ବଂଶୀ ସହିତ ଖେଳୁଥିବା ଦେଖାଯାଉଛି । ବାଲ୍ ଗୋପାଲ ଏହି ଫଟୋରେ ଅତ୍ୟନ୍ତ ନିରୀହ ଏବଂ ସୁନ୍ଦର ଦେଖାଯାଉଛନ୍ତି । ମା’ ଯଶୋଦାଙ୍କ ସହ ଖେଳୁଥିବା କୃଷ୍ଣଙ୍କ ଫଟୋତ ଆମେ ସମସ୍ତେ ଦେଖିଛନ୍ତି । କିନ୍ତୁ କୃଷ୍ଣଙ୍କ ଏହି ଫଟୋ ସମସ୍ତଙ୍କ ମନ କିଣିଦେବ ।

ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ବିବେଚନା କରାଯାଏ ।  ଏହି AI ଫଟୋରେ ଦେଖାଯାଇଥିବା ଲଡ୍ଡୁ ଗୋପାଳ ହାତରେ ତାଙ୍କର ପ୍ରିୟ ବଂଶୀ ଓ ମଥାରେ ମୟୂର ପଙ୍ଖ ଅଛି । ଆହୁରି ମଧ୍ୟ, ଲହୁଣି ଚୋର ଲଡ୍ଡୁ ଗୋପାଳଙ୍କ ମୁଣ୍ଡରେ ଏକ ସୁନ୍ଦର ମୁକୁଟ ସଜାଯାଇଛି । ତାଙ୍କ ଶ୍ୟାମଳ ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରୁଛି ।

Leave A Reply

Your email address will not be published.