Latest Odisha News

BREAKING NEWS

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଯାହାର ନକଲ ସେ ଦଳର ମୟୂରଭଞ୍ଜ ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

ଯାହାକୁ ନେଇ ରାଜନୀତି ବେଶ୍ ଉଷ୍ମ ହେଇଛି। ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ମନୋରଞ୍ଜନ ସେଠୀ ୨୦୦୯ମସିହାରେ ବିଜେଡି ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା । ଫଳରେ ନିଜର ସମର୍ଥକଙ୍କ ସହିତ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ ।

କିନ୍ତୁ ସେଠି ମଧ୍ଯ ତାଙ୍କୁ ସେତେଟା ଗୁରୁତ୍ଵ ଦିଆଗଲା ନାହିଁ। ପୂର୍ବ ନିଷ୍ପତ୍ତି ଏକ ଭୁଲ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ବିଜେପି ଛାଡିଛନ୍ତି ବୋଲି ତାଙ୍କର ସମର୍ଥକ କହିଛନ୍ତି । ତେବେ ବର୍ତ୍ତମାନର ଚର୍ଚ୍ଚା କହୁଛି ଯେ ମନୋରଞ୍ଜନ ଏବେ ଘର ବାହୁଡ଼ା କରିପାରନ୍ତି। ଖୁବଶୀଘ୍ର ସମର୍ଥକଙ୍କ ସହିତ ସେ ବିଜେଡିକୁ ଫେରିବେ ବୋଲି ଶୁଣିବାକୁ ମିଳୁଛି।

Leave A Reply

Your email address will not be published.