Latest Odisha News

BREAKING NEWS

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି ।

ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ ନିଜ ନିଖୁଣ ଅଭିନୟରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୁଟିଂ ସେଟ୍ ଗସିପ୍‌ରୁ ଜଣାପଡିଛି ଡାଇଲଗ୍ ଡେଲିଭରୀଠାରୁ ଆରମ୍ଭ କରି ନିଜ ଲୁକ୍ସ ଓ ଆପିରିଅନ୍ସରେ ଲିଜା କୌଣସି ପ୍ରକାର ସାଲିସ୍ କରିନାହାଁନ୍ତି । ବେଶ ସରଳ ଭାବେ ନିଜ ଚରିତ୍ରକୁ ମାର୍ଜିତ ଢଙ୍ଗରେ କ୍ୟାମେରା ଲେନ୍ସ ଆଗରେ ଉପସ୍ଥାପନ କରିପାରୁଛନ୍ତି ।

ପ୍ରଥମେ ଛୋଟ ପରଦା ଜରିଆରେ ଲିଜା ନାୟକ ଅଭିନୟ ଜଗତରେ ପାଦ ଥାପିଥିଲେ । ମେଗା ଧାରାବାହିକ ସାବିତ୍ରୀରେ ପରିପକ୍ୱ ଅଭିନୟ ଜରିଆରେ ସେ ଦର୍ଶକଙ୍କ ନିକଟରେ ହାସଲ କରିଥିଲେ ଏକ ଭିନ୍ନ ପରିଚୟ । ଧାରାବାହିକରେ ଲିଡ୍ ରୋଲ୍ ତଥା ସାବିତ୍ରୀ ଭୂମିକାରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଖାସ୍ ସେହି ଲୋକପ୍ରିୟତା ହିଁ ଲିଜାଙ୍କୁ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିବା ଲାଗି ପ୍ରେରଣା ଯୋଗାଇଥିଲା ।

ଫିଲ୍ମ ଦୃଷ୍ଟିକୋଣରେ ଲିଜାଙ୍କୁ ମୁଖ୍ୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । କାହାଣୀ ଅନୁଯାୟୀ ଲିଜାଙ୍କୁ ଜଣେ ନୀରିହ ତଥା ପାଠ ପଢୁଆ ଝିଅ ଭାବେ ଦର୍ଶାଯାଇଛି । ତେବେ ସମ୍ପୁର୍ଣ୍ଣ କାହାଣୀ ତଥା ଅନ୍ୟ କଳାକାରଙ୍କ ଅଭିନୟ ଦେଖିବାକୁ ହେଲେ ଦର୍ଶକଙ୍କୁ ଫିଲ୍ମର ରିଲିଜ୍ ଡେଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Comments are closed, but trackbacks and pingbacks are open.