Latest Odisha News

BREAKING NEWS

ଶାହୀନବାଗରୁ ନ ହଟିଲେ ୨ ବର୍ଷ ଜେଲଦଣ୍ଡ

ନୂଆନିଲ୍ଲୀ: କରୋନା ଭାଇରାସ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦିଲ୍ଲୀ ସରକାର ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଏକତ୍ର ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ଏପରି କି ଧାରଣା ଓ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲଗାଯାଇଛି ।

ଦୀର୍ଘଦିନ ଧରି ଚାଲିଥିବା ଶାହୀନବାଗ ଆନ୍ଦୋଳନ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ । ଯଦି ଆନ୍ଦୋଳନକାରୀ ନ ହଟିବେ ତାହାହେଲେ ଆବଶ୍ୟକ ପଡିଲେ ୨ ବର୍ଷ ଜେଲଦଣ୍ଡାଦେଶ ମଧ୍ୟ ଲାଗୁ କରାଯିବ । ଶାହୀନବାଗରେ ମଧ୍ୟ ଦିନକୁ ଦିନ ଭିଡ କମିବାରେ ଲାଗିଛି ।

Leave A Reply

Your email address will not be published.