Latest Odisha News

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ଆଜି ସୁଦ୍ଧା ଭାରତରେ କରୋନା ଜନିତ ୩ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ୧୩୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧୧୩ଜଣ ହେଉଛନ୍ତି ଭାରତୀୟ ଓ ୨୪ଜଣ ବିଦେଶୀ ।

BjdElectrycity

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ନିର୍ଦ୍ଦେଶକ କହିଛନ୍ତି, “ଭାରତ କରୋନାଭାଇରସ ସଂକ୍ରମଣର ଦ୍ୱିତୀୟ ଚରଣରେ ଅଛି ।” କରୋନାଭାଇରସ କବଳରେ ଭାରତର ମୋଟ୍ ୧୫ଟି ରାଜ୍ୟ । ଆକ୍ରାନ୍ତଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.