ନୂଆଦିଲ୍ଲୀ: ଗୋମୂତ୍ରରେ ଔଷଧିୟ ଗୁଣ ଥିବା ନେଇ ପୂର୍ବରୁ ଅନେକ ଲୋକ ମତ ଦେଇଛନ୍ତି । ଏହାକୁ ନେଇ ଅନେକ ବିତର୍କ ମଧ୍ୟ ହୋଇଛି । ଏହାରି ଭିତରେ ଗୋମୂତ୍ର ପିଇଲେ ଜ୍ବର ଗାଏବ ହୋଇଯାଉଛି ବୋଲି କହି ଚର୍ଚ୍ଚାରେ ଅଛନ୍ତି ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ଭି. କାମାକୋଟି। ଗୋ-ମୂତ୍ରର ରହିଛି ଔଷଧୀୟ ଗୁଣ । ଏହାକୁ ପିଇଲେ ଜ୍ଵର ଗାଏବ ହୋଇଯାଉଛି ବୋଲି କହିଛନ୍ତି ମାଡ୍ରାସ ନିର୍ଦ୍ଦେଶକ ଭି. କାମାକୋଟି ।
ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ଭି. କାମାକୋଟିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଗୋମୂତ୍ରରେ ଥିବା ଔଷଧୀୟ ଗୁଣ ବିଷୟରେ ବଖାଣୁଛନ୍ତି । ରିପୋର୍ଟ ଅନୁଯାୟୀ, ଭିଡିଓରେ କାମାକୋଟି ଗୋମୂତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ପାଚନ ତନ୍ତ୍ରକୁ ସଜାଡ଼ି ରଖିବାର ଗୁଣ ରହିଛି । ପାଚନ ସମସ୍ୟା (ଇରିଟେବଲ୍ ବାୱେଲ୍ ସିଣ୍ଡ୍ରୋମ୍) ଭଳି ପରିସ୍ଥିତିରେ ଗୋମୁତ୍ର ବହୁତ ଉପଯୋଗୀ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଚେନ୍ନାଇର ଏକ ଗୋ-ସୁରକ୍ଷା କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ କାମାକୋଟି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଜଣେ ସନ୍ୟାସୀଙ୍କ କାହାଣୀ ଉପରେ ଚର୍ଚ୍ଚା କରି କହିଥିଲେ, ଜଣେ ସନ୍ୟାସୀଙ୍କୁ ଭୀଷଣ ଜ୍ଵର ହୋଇଥିଲା । ସେ କିଛି ନ ପାଇ ଗୁମୂତ୍ର ପିଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହାପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ନିର୍ଦ୍ଦେଶକ କାମକୋଟି ଗୋଶାଳା କାର୍ଯ୍ୟକ୍ରମରେ ଗୋମୂତ୍ର ବିଷୟରେ କହିଥିଲେ ଏବଂ ନିଜକୁ ଜଣେ ଜୈବିକ ଚାଷୀ ବୋଲି କହିଥିଲେ ।
ସେପଟେ କାମାକୋଟିଙ୍କ ଏହି ବୟାନକୁ ନେଇ ନିନ୍ଦା କରିଛନ୍ତି କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ । ଏକ୍ସରେ ଏକ ପୋଷ୍ଟ କରି ଚିଦାମ୍ବରମ୍ ଲେଖିଛନ୍ତି ଯେ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ କାମାକୋଟି ସୁଡ଼ୋ ବିଜ୍ଞାନକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ବହୁତ ଲଜ୍ଜାଜନକ କଥା । ଏହା ଆଇଏମଏ ପାଇଁ ଅତ୍ୟନ୍ତ ଅପମାନଜନକ ବୋଲି କହିଛନ୍ତି କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ।
Comments are closed.