Latest Odisha News

୧୫ କୋଟିର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା(କନ୍ଧମାଳ): ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ । ଏକର ଏଖର ଜାଗାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ୧୫ କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡିଛି ପୋଲିସ ଓ ଅବକାରୀ ବିଭାଗ । ମହାସିଙ୍ଗ ପଞ୍ଚାୟତର ଗୁମାପଦର ଓ ଶୀତୁପାଜୁ ଗାଁ ନିକଟ ଜଙ୍ଗଲରେ ପ୍ରାୟ ୧୪୫ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା ।

ବିଶେଷସୂତ୍ରରୁ ଖବର ପାଇଁ ଅଚାନକ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଅବକାରୀ ବିଭାଗ ଟିମ୍ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଗଞ୍ଜେଇ ଚାଷ ଦେଖି ସେମାନେ ତାଜୁବ ହୋଇଥିଲେ । କଟର ଜରିଆରେ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ଦିଆଯାଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନି ।

କିଛି ଦିନ ହେବ ଗଜପତି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅପରେସନ୍ ନୀଳ ଜହର ଚଳାଇଛି ପୋଲିସ ଓ ଅବକାରୀ ବିଭାଗ । ମିଳିତ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ଶହ ଶହ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି ।

Leave A Reply

Your email address will not be published.