Latest Odisha News

BREAKING NEWS

ଚୈତ୍ର ପର୍ବ ଲାଗି ଗଞ୍ଜାମର ତାରା ତାରିଣୀ ପୀଠ ଆଲୋକ ମାଳାରେ ସଜ୍ଜିତ ହେଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠ ଚୈତ୍ର ପର୍ବ ଲାଗି ଚଳଚଞ୍ଚଳ ହୋଇ ଉଠିଛି । ଆଜିଠାରୁ ମାଆ ତାରା ତାରିଣୀ ପୀଠରେ ଏହି ପର୍ବ ଆରମ୍ଭ ହୋଇଛି ।

ଏହି ଅବସରରେ ତାରା ତାରିଣୀ ମନ୍ଦିର ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଛି । ମନ୍ଦିରର ଏହି ସୌନ୍ଦର୍ଯ୍ୟକୁ ହଜାର ହଜାର ଶ୍ରଦ୍ଦାଳୁ ଉପଭୋଗ କରିଛନ୍ତି ।

ଏଠାରେ ପାଳିତ ହେଉଥିବା ଏହି ପ୍ରସିଦ୍ଧ ପବ୍ର ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ହଜାର ହଜାର ମାନସିକଧାରୀ ମା’ଙ୍କ ନିକଟରେ ମନସ୍କାମନା ପୂର୍ଣ୍ଣ ଲାଗି ଚୁଟି ପକାଇ ଥାଆନ୍ତି ।

ଚୈତ୍ରର ଆଜି ଏହି ମଙ୍ଗଳବାର ଦିନ ଏହି ଶକ୍ତି ପୀଠ ଅପୂର୍ବ ଆଲୋକମାଳାରେ ରଙ୍ଗୀନ ହୋଇ ଉଠିିଥିଲା । ରଙ୍ଗୀନ ଆଲୋକମାଳାରେ ମନ୍ଦିର ସଜ୍ଜିତ ହୋଇଥିବା ଯୋଗୁଁ ଏହାର ଶୋଭା ଦ୍ୱିଗୁଣିତ ହୋଇଛି ।

Leave A Reply

Your email address will not be published.