Latest Odisha News

BREAKING NEWS

କେବେ ବାହା ହେବେ ସୁସ୍ମିତା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ଚଳଚ୍ଚିତ୍ର ଜଗତରୁ ବହୁ ବର୍ଷ ହେବ ଦୂରେଇ ଗଲେଣି। ଏହା ଭିତରେ ତାଙ୍କ ପ୍ରଶଂସକ ସଂଖ୍ୟା କିନ୍ତୁ କମିନାହିଁ। ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସୁସ୍ମିତା ସେନ୍‌ଙ୍କୁ ଅଧିକାଂଶ ସମୟରେ ତାଙ୍କ ଦୁଇ ଝିଅ ଏବଂ ବଏ୍‌ଫ୍ରେଣ୍ଡ୍‌ ରୋହମାନ୍‌ଙ୍କ ସହ ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ସୁସ୍ମିତା ବେଶ୍‌ ସକ୍ରିୟ ରହନ୍ତି। ସେ ସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା ମଧ୍ୟ କରନ୍ତି। ନିକଟରେ ସୁସ୍ମିତା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଲାଇଭ୍ ଚାଟ୍‌ କରିଥିଲେ।

ଏହି ସମୟରେ ତାଙ୍କ ସହିତ ରୋହମାନ୍‌ ମଧ୍ୟ ଥିଲେ। ଏହି ସମୟରେ ସୁସ୍ମିତାଙ୍କ ଜଣେ ପ୍ରଶଂସକ ତାଙ୍କ ବିବାହ ଉପରେ ପ୍ରଶ୍ନ କରିଥିଲେ। ଏହି ଲାଇଭ୍ ଚାଟ୍ ସମୟରେ ଜଣେ ପ୍ରଶଂସକ ପଚାରିଥିଲେ, ‘ସୁସ୍ମିତା ଏବଂ ରୋହମାନ କେବେ ବିବାହ କରିବେ?’

ଏହି ପ୍ରଶ୍ନ ପରେ ସୁସ୍ମିତା ଲଜ୍ଜିତ ହୋଇଥିଲେ ଏବଂ ଯେତେବେଳେ ସେ ଏହାର ଉତ୍ତର କହି ପାରିନଥିଲେ, ସେତେବେଳେ ସେ ଏହାର ଉତ୍ତର ରୋହମାନ୍‌ଙ୍କୁ ଦେବାକୁ କହିଥିଲେ।  ସୁସ୍ମିତା ରୋହମାନଙ୍କୁ କହିଥିଲେ, ‘କୁହ ଆମେ କେବେ ବିବାହ କରିବା?’

ସୁସ୍ମିତାଙ୍କ ପ୍ରଶ୍ନ ଉପରେ ରୋହମାନ ମଧ୍ୟ ଚତୁରତାର ସହିତ ଉତ୍ତର ଦେଇଥିଲେ। ଉଭୟ କହିଛନ୍ତି ଯେ ଯେତେବେଳେ ସେମାନେ ଏ ବିଷୟରେ ନିଷ୍ପତ୍ତି ନେବେ, ସେତେବେଳେ ସେମାନେ ସମସ୍ତଙ୍କୁ ଜଣାଇବେ।

Leave A Reply

Your email address will not be published.