Latest Odisha News

BREAKING NEWS

ଜଳୁଛି ଓଡ଼ିଶା; ସାଢ଼େ ୨ ସୁଦ୍ଧା ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ସ୍ଥିତି ଯାହା ଥିଲା ଆହୁରି ବିଗିଡ଼ିବ। ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ଗ୍ରୀଷ୍ମପ୍ରବାହ ପାଇଁ ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ ଡିଗ୍ରୀରୁ ତାପମାତ୍ରାରୁ ଅଧିକ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ତାତି ବଢୁଛି । ଆଗାମୀ ୨ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଦିନ ସାଢ଼େ ୨ ସୁଦ୍ଧା ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସେହିପରି ସମ୍ବଲପୁର, ହୀରାକୁଦରେ ୪୩°C ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୪୨°C ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ କେନ୍ଦୁଝରରେ ୪୧.୮°C, ଚାନ୍ଦବାଲିରେ ୪୧.୬°C, ଭୁବନେଶ୍ୱରରେ ୪୦.୫°C, ବାଲେଶ୍ୱରରେ ୩୯.୬°C, ପୁରୀ ୩୪.୪°C, ଗୋପାଳପୁରରେ ୩୩.୬°C ଏବଂ ପାରାଦ୍ୱୀପରେ ୩୩.୯°C ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.