Latest Odisha News

BREAKING NEWS

ସନ୍ଦେଶଖାଲି ମାମଲା, ବଙ୍ଗଳାର ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଅନେକ ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ବିଭିନ୍ନ ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ଅନୁସନ୍ଧାନକାରୀ ସଂସ୍ଥା ।

ସୂଚନା ଅନୁସାରେ, ସିବିଆଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ତିନୋଟି ଏଫ୍‌ଆଇଆର୍‌ ରୁଜୁ କରିଛି । ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ । ଅସ୍ତ୍ରଶସ୍ତ୍ରର ପୁନରୁଦ୍ଧାର ସହିତ ସିବିଆଇ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏଥିସହ ଅନେକ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି ଅନୁସନ୍ଧାନକାରୀ ଏଜେନ୍ସି ଟିମ୍‌ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ସମେତ ଦେଶର ଅନେକ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଅଚାନକ ସିବିଆଇ ଏହି ଚଢାଉ କରିଛି । ଆଜି ପଶ୍ଚିମବଙ୍ଗର ୩ଟି ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହାରି ଭିତରେ ବଙ୍ଗଳାର ଅନେକ ସ୍ଥାନରେ ହିଂସା ହୋଇଥିବା ସୂଚନା ମଧ୍ୟ ମିଳିଛି ।

Leave A Reply

Your email address will not be published.