Latest Odisha News

BREAKING NEWS

ଆସନ୍ତା ୨ ଦିନ ଘଡଘଡି ସହ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଗରମରୁ ମିଳିବ ଆଶ୍ୱସ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ,  ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ  ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ ୟେଲାେ ଔର୍ଣ୍ଣିଂ ଜାରି କରାଯାଇଛି । ୯ରୁ ୧୦ ତାରିଖ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନଗୁଳ, ଢେଙ୍କାନାଳ, ଜାଜପୁର ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

BjdElectrycity

ସେହିପରି ୧୦ ମାର୍ଚ୍ଚରୁ ୧୧ ମାର୍ଚ୍ଚରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନଗୁଳ, ଯାଜପୁର, ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟ ଅଧିକାଂଶ ସ୍ଥାନରେ  ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଉପରେ ରହିବ । ମାର୍ଚ୍ଚ ୭ ତାରିଖ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ଥିଲା । ଏଠାରେ ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ଥିବାବେଳେ ବୌଦ୍ଧରେ ୩୭.୬, ତାଳେଚରରେ ୩୭.୨, ସୁନ୍ଦରଗଡରେ ୩୭ ଡିଗ୍ରୀ ସେଲସିଅସ ଥିଲା । ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ୩୪.୮ ଡିଗ୍ରୀ ଥିଲା ।

 

Leave A Reply

Your email address will not be published.