Latest Odisha News

ଆପ ଅଭିଯୋଗକୁ ଖଣ୍ଡନ କଲା ତିହାର ଜେଲ ପ୍ରଶାସନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ତାଙ୍କୁ ଏବେ ତିହାର ଜେଲରେ ରଖାଯାଇଛି । ତେବେ ଆମ ଆଦମୀ ପାର୍ଟିର ସୌରଭ ଭରଦ୍ୱାଜ କୁଖ୍ୟାତ ଅପରାଧୀଙ୍କ ଗହଣରେ ମନୀଷଙ୍କୁ ଜାଣି ଶୁଣି ରଖାଯାଇଛି ବୋଲି ମାରାତ୍ମକ ଅଭିଯୋଗ କରିଥିଲେ । ଜେଲ ଭିତରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିବା କହିଛନ୍ତି । ତେବେ ଏହି ଅଭିଯୋଗକୁ ତିହାର ଜେଲ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି । ସିସୋଦିଆଙ୍କୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଜେଲ ନମ୍ବର୧ରେ କମ କଏଦୀ ରହୁଥିବାରୁ ସେଠାରେ ତାଙ୍କୁ ରଖାଯାଇଛ ି ।

କୌଣସି କୁଖ୍ୟାତ ଅପରାଧୀ କିମ୍ବା ଗ୍ୟାଙ୍ଗଷ୍ଟାର ଏଠାରେ ରହୁ ନାହାନ୍ତି । ଯେଉଁ କଏଦୀ ରହିଛନ୍ତି ସେମାନଙ୍କ ବ୍ୟବହାର ଭଲ ରହିଛି । ସିସୋଦିଆଙ୍କ ସୁରକ୍ଷା ବିଚାରକୁ ନେଇ ଆମେ ଦାୟିତ୍ୱପୂର୍ଣ୍ଣ ଭାବେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛୁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ସିବିଆଇ ଫେବୃୟାରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା । ସୋମବାର ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତାଙ୍କୁ ତିହାର ଜେଲରେ ରଖାଯିବ ।

Leave A Reply

Your email address will not be published.