Latest Odisha News

BREAKING NEWS

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡ଼ା ଭଳି ବଲାଙ୍ଗିର ଜିଲ୍ଲା ସଦର ପୋଲିସ ଥାନା ଅଞ୍ଚଳରେ ହୋଲିରେ ଅଘଟଣ ଘଟିଛି । ଗଭୀର ପାଣିକୁ ଖସିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ କଟକ ଚୌଦାର ମହାନଦୀରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି ।

ସେହିଭଳି ହୋଲି ଖେଳି ସାରି କଟକ ନିଶ୍ଚିନ୍ତକୋଇଲି ଲୁଣା ନଦୀରେ କିଛି ଯୁବକ ଗାଧୋଇବା ବେଳେ ଜଣେ ଭାସି ଯାଇଛନ୍ତି । ନିଖୋଜ ରାଜକୁମାର ସେନାପତିଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି ।

Leave A Reply

Your email address will not be published.