Latest Odisha News

BREAKING NEWS

କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ପୁଣି କିଛି ସ୍ଥାନରେ ହାଲକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛିା ,କଟକ,ଖୋର୍ଦ୍ଧା,ପୁରୀ,ଜଗତସିଂହପୁର,ବାଲେଶ୍ୱର,କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,ଢେଙ୍କାନାଳ,କେଉଁଝର,ମୟୂରଭଞ୍ଜ,ଅନୁଗୁଳ,କୋରାପୁଟ,ରାୟଗଡା,ଗଂଜାମ,ଗଜପତି,କନ୍ଧମାଳ,ନୟାଗଡ ଆଦି ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହି ସବୁ ଜିଲ୍ଲା ଗୁଡିକୁ ୟଲୋ ୱାଣ୍ଣିଂ ଜାରି କରାଯାଇଛି। କିଛି କିଛି ସ୍ଥାନରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବଜ୍ରପାତ ଲାଗି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ବାହାରକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି ।

ମାତ୍ର ଏହା ଦୁର୍ବଳ ରହିବ ବିଶେଷ ବର୍ଷା ନାହିଁ ବୋଲି ଡ.ସାହୁ ଆକଳନ କରିଛନ୍ତି। ପାଗ ଖରା ରହିବା । ମଙ୍ଗଳବାର ମଧ୍ୟ କାଁ ଭାଁ ବର୍ଷା ହେବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୬ କିମ୍ବା ୭ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ମାତ୍ର ଏହା ଦୁର୍ବଳ ରହିବ।

Comments are closed.