Latest Odisha News

BREAKING NEWS

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ମାଡ୍ରାସ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିବା ବିନ୍ନି ତାଙ୍କ ଶେଷ ମ୍ୟାଚ ୨୦୧୬ରେ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ସେ ୨୦୧୪ରେ ସେ ମାତ୍ର ୪ ରନ ଦେଇ ୬ଉଇକେଟ ହାସଲ କରି ରେକର୍ଡ କରିଥିଲେ । ପୂର୍ବରୁ ଭାରତର ଅନୀଲ କୁମ୍ବଲେ ୧୨ ରନରେ ୬ ଉଇକେଟ ହାସଲ କରିଥିଲେ ।

ଏହି ଅବସରରେ ବିନ୍ନି ତାଙ୍କ କ୍ୟାରିୟରର ଉନ୍ନତି ପାଇଁ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ପୂର୍ବତନ ଖେଳାଳି ରୋଜର ବିନ୍ନିଙ୍କ ପୁତ୍ର ହେଲେ ଷ୍ଟୁଆର୍ଟ ।

Leave A Reply

Your email address will not be published.