Latest Odisha News

BREAKING NEWS

ମୋବାଇଲ୍‌ର ଦାସ ନହେଉ ମଣିଷ

ଜୀବନରେ ଆମେ କେହି କେବେ ବି ହାରିବାକୁ ଚାହୁଁନା । ଯେ କୌଣସି ବି ପ୍ରତିଯୋଗିତା ହେଉ ଆମେ ମନ ପ୍ରାଣ ଲଗେଇ ଜିତିବାକୁ ହିଁ ଚାହିଁ ଥାଉ । କିନ୍ତୁ ସଂପ୍ରତି ଆଧୁନିକ ଜୀବନଶୈଳୀକୁ ଲକ୍ଷ କଲେ ଦେଖିବା ଯେ, ଆମେ ସମସ୍ତେ ଗୋଟିଏ ଜିନିଷ ପାଖରୁ ଗୁରୁତର ଭାବେ ହାରିବାକୁ ଲାଗୁଛେ । ସେ ଜିନିଷଟି ହେଉଛି, ମୋବାଇଲ । ମୋବାଇଲ୍ ଦ୍ୱାରା ଗୁରୁତର ଭାବେ ପରାସ୍ତ ହେବାରେ ଲାଗିଛୁ ଆମେ । ପ୍ରଥମେ ମଣିଷ ମଦ ପିଏ ଓ ପରେ ଅଭ୍ୟାସରେ ପଡ଼ିଗଲେ ମଦ ମଣିଷକୁ ପିଇବାକୁ ଆରମ୍ଭ କରେ । ସେମିତି ଏବେ ମୋବାଇଲ୍ ହୋଇାଇଛି । ଯେତେ ଦାମୀ ଓ ବ୍ରାଣ୍ଡେଡ଼୍ ମୋବାଇଲ୍ ସେଟ୍ ହେଉନା କାହିଁକି, ପ୍ରଥମେ ମଣିଷ ମୋବାଇଲ୍ ଧରୁଛି, ତା’ପରେ ପରିସ୍ଥିତି ଏପରି ହେଉଛି ଯେ ପରିସ୍ଥିତି ଏପରି ହେଉଛି ଯେ, ମୋବାଇଲ୍ ଆଉ ସେହି ମଣିଷକୁ ଛାଡ଼ୁନି । ରୋଷେଇ ଘର ହେଉ କି ଟୟେଲେଟ୍‌, ପୂଜା ସ୍ଥଳ ହେଉ କି ମଶାଣୀ ପ୍ରତ୍ୟେକ ସ୍ଥାନରେ ମୋବାଇଲ୍ ମଣିଷକୁ ବାଧ୍ୟ କରି ନିଜ ଆଡ଼କୁ ଆକର୍ଷିତ କରି ନେଉଛି ।

ଆଜି ଏମିତି କେଉଁ ଜାଗା ନାହିଁ ଯେଉଁଠିକୁ ମୋବାଇଲ୍‌ର ପ୍ରବେଶ ନାହିଁ । ଧିରେ ଧିରେ ମଣିଷମାନେ ମୋବାଇଲ୍‌ର ଦାସ ହୋଇଗଲା ପରି ପରିସ୍ଥିତି ହେଲାଣି । ଚାଲୁଥିବା ବେଳେ ହେଉ କି ଗାଡ଼ି ଚଳେଇବା ବେଳେ ହେଉ, ମିଟିଙ୍ଗ୍‌ରେ ବସିଥିବା ବେଳେ ହେଉ କି ଡାକ୍ତରଖାନାରେ ହେଉ, ସବୁଠି କିଛି ବି କାମ ଥାଉ କି ନଥାଉ, ମୋବାଇଲ୍‌ରେ କୌଣସି ବାର୍ତା ଆସୁ କି ନଆସୁ ଆମ ହାତ ଆପେ ଆପେ ମୋବାଇଲ୍ ଆଖକୁ ଚାଲି ଯାଉଛି ଓ ମୋବାଇଲ୍‌କୁ ଟିକେ ଖେଳେଇ ନଦେଲେ ମନ ବୁଝୁନାହିଁ । ବାରମ୍ବାର ଦେଖୁଛେ, କିଛି ମେସେଜ୍ ଆସିନି କି ଆସୁନି, ତଥାପି ବି ପ୍ରତି ୧୦ ରୁ ୧୫ ମିନିଟ୍‌ରେ ହାତ ମୋବାଇଲ୍ ପାଖକୁ ମେସେଜ୍ ସନ୍ଧାନରେ ଚାଲି ଯାଉଛି । ଏହାକୁ ନିରେଖି ଦେଖିଲେ ବୁଝା ପଡ଼ୁଛି, ଯେ ନିଜକୁ ଅଟକେଇ ରଖି ନିଜକୁ ଅଟକେଇ ରଖିପାରିବା ଧିରେ ଧିରେ ଆମ ସାଧ୍ୟର ବାହାରେ ହୋଇଗଲାଣି । ତେଣୁ ଏହା ଏକ ପ୍ରକାର ଯନ୍ତ୍ରର ଦାସତ୍ୱ ନୁହେଁ କି?

ଗୋଟେ ଗୁରୁତ୍ୱୂର୍ଣ୍ଣ ପ୍ରସଙ୍ଗରେ ଚାରି ଜଣ ସାଙ୍ଗ କଥା ହେଉଥିଲେ । ହଠାତ୍ ଜଣକର ମୋବାଇଲ୍‌ରେ ଫୋନ୍ ଆସିଲା । ଏକ୍ସକ୍ୟୁଜ୍ ମି, କହି ପ୍ରଥମ ସାଙ୍ଗ ଜଣକ ଫୋନ୍‌ରେ କଥା ହେବାକୁ ବାହାରକୁ ଉଠିଗଲେ । ସେ ତିନି ଚାରି ମିନିଟ୍ କଥାରେ ଲାଗିଗଲେ । ମିଟିଙ୍ଗ୍‌ରେ ବସିଥିବା ଅନ୍ୟ ସାଙ୍ଗମାନେ କାଳ ବିଳମ୍ବ ନକରି ନିଜ ନିଜ ମୋବାଇଲ୍‌ଟି ମାନ ଖୋଲି ସେଥିରେ ମୁହଁ ପୋତି ଆଙ୍ଗୁଠି ଦୌଡ଼ାଇଲେ । ସମସ୍ତେ ନିଜ ନିଜ ଡିଜିଟାଲ୍ ଦୁନିଆରେ ହଜିଗଲେ । ପ୍ରଥମ ସାଙ୍ଗ ଜଣକ ଫୋନ୍ କରିସାରି ଆସି ନିଜ ସିଟ୍‌ରେ ବସିଲେ । ସେ ଦେଖିଲେ ଅନ୍ୟମାନେ ମୋବାଇଲ୍‌ରେ ବ୍ୟସ୍ତ ଅଛନ୍ତି । ସେ ବି ଆଉ କାହାକୁ ଡିଷ୍ଟର୍ବ ନକରି ନିଜ ମୋବାଇଲ୍ ଖୋଲି ବସିପଡ଼ିଲେ । ପୂର୍ବୋକ୍ତ ଆଲୋଚିତ ବିଷୟ କୁଆଡ଼େ ଗøଣ ହୋଇଗଲା ଏମିତି ଘଟଣା ପ୍ରତିଦିନ ଘଟୁଛି ଆଜିକାଲି । ପ୍ରତ୍ୟେକ କ୍ଷେତ୍ରରେ ମୋବାଇଲ୍ ଆମକୁ ନିୟନ୍ତ୍ରଣ କରିବାରେ ଲାଗୁଛି । ଆମର କାମକୁ ସହଜ କରିବା ପାଇଁ ତଥା ଯୋଗାଯୋଗ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଆମ ପାଖକୁ ଆସିଥିଲା ମୋବାଇଲ୍ । କିନ୍ତୁ ଏବେ ମୋବାଇଲ୍ ନିଜେ ଗୋଟେ ଅଛିଣ୍ଡା କାମ ଭାବେ ପରିଣତ ହୋଇଗଲାଣି । ଯେଉଁଥିରୁ ନିକଟ ଭବିଷ୍ୟତରେ ମୁକ୍ତି ପାଇବା କଷ୍ଟ ସାଧ୍ୟ ପରି ଜଣାଉଛି । ପରିଣତି ଏପରି ହୋଇଛି ଯେ, ଏବେ ମୋବାଇଲ୍ ଓ ମଣିଷ ଜୀବନର ସନ୍ତୁଳନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ନିକଟ ଅତୀତରେ ଭାରତ, ଆମେରିକା, ବ୍ରାଜିଲ୍ ଓ ଫ୍ରାନ୍‌ସର ୧୬ ରୁ ୬୫ ବର୍ଷ ଭିତରେ ୪୪୧୮ ଜଣ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କୁ ନେଇ ମୋଟୋରୋଲା କମ୍ପାନୀ ଏକ ଅଧ୍ୟୟନ କରିଥିଲା । ସେହି ଅଧ୍ୟୟନର ରିୋର୍ଟ ଅନୁସାରେ ୬୫% ଭାରତୀୟ ମୋବାଇଲ୍‌କୁ ନିଜ ବେଷ୍ଟ ଫ୍ରେଣ୍ଡ ଭାବେ ମାନନ୍ତି ବୋଲି ମତ ଦେଇଥିଲେ । ଯେଉଁଥିରୁ ୪୭% ଭାରତୀୟ ନିଜ ଭଲ ସାଙ୍ଗ ସହିତ ବା ୍େରମିକା ୍େରମିକ ସହିତ ସମୟ ବିତାଇବା ଅକ୍ଷୋ ମୋବାଇଲ୍ ସହିତ ସମୟ ବିତାଇବାକୁ ଅଧିକ ପସନ୍ଦ କରନ୍ତି । ମଣିଷଙ୍କୁ ଅବହେଳା କରି ଯନ୍ତ୍ରର ସାନିଧ୍ୟକୁ ଉଭୋଗ କରିବା ସାଂଘାତିକ ସମୟର ଏକ ସଂକଟ ଭାବେ ଉଭା ହେଉଛି ବୋଲି ଏଥିରୁ ବୁଝା ପଡ଼ୁନି କି? ୫୭% ଭାରତୀୟ ବାରମ୍ବାର ମୋବାଇଲ୍ ଦେଖିବାକୁ ବାଧ୍ୟ ହୋଇଥାନ୍ତି ଅର୍ଥାତ୍ ଯେକୌଣସି କାମ ଭିତରେ ବି ବାରମ୍ବାର ମୋବାଇଲ୍ ଦେଖିବାରୁ ନିଜକୁ ରୋକି ପାରନ୍ତି ନାହିଁ । ଏହି ଅଧ୍ୟୟନ ରିେକୌଣସି କାମ ଭିତରେ ବି ବାରମ୍ବାର ମୋବାଇଲ୍ ଦେଖିବାରୁ ନିଜକୁ ରୋକି ପାରନ୍ତି ନାହିଁ । ଏହି ଅଧ୍ୟୟନ ରିପୋର୍ଟରୁ ଜଣାଉଛି ଯେ, ସମଗ୍ର ବିଶ୍ୱରେ ମୋବାଇଲ୍ ବ୍ୟବହାରକାରୀଙ୍କ ଅକ୍ଷୋ ଭାରତୀୟ ମୋବାଇଲ୍ ବ୍ୟବହାରକାରୀମାନେ ମୋବାଇଲ୍ ପ୍ରତି ଅଧିକ ଆସକ୍ତ । ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ୪୮% ଭାରତୀୟ ମୋବାଇଲ୍ ବ୍ୟବହାରକାରୀ ଅନୁଭବ କରନ୍ତି ଯେ, ସେମାନେ ଆବଶ୍ୟକତାଠାରୁ ଅଧିକ ସମୟ ମୋବାଇଲ୍ ବ୍ୟବହାରରେ ଅପଚୟ କରନ୍ତି । ସେମାନେ ଚାହିଁ ମଧ୍ୟ ଏଥିରୁ ନିବୃତ ହୋଇାରନ୍ତି ନାହିଁ । ୭୭% ମୋବାଇଲ୍ ବ୍ୟବହାରକାରୀ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କ ସ୍ମାର୍ଟ ଫୋନ୍ ହଜିଗଲେ ସେମାନେ ଭୀଷଣ ଭାବେ ବିଚଳିତ ହୋଇାଆନ୍ତି । ନିଜର କୌଣସି ଏକ ଅଙ୍ଗ କଟିିବା ଠାରୁ ବି ତାଙ୍କୁ ଅଧିକ କଷ୍ଟ ହେବା ପରି ଅନୁଭବ ହୁଏ । ଅଧ୍ୟୟନ ଅନୁସାରେ ୬୪% ଭାରତୀୟ ମତ ଦେଇଛନ୍ତି ଯେ, ସେମାନେ ନିଜ ଜୀବନ ଓ ମୋବାଇଲ୍ ଫୋନ୍ ଭିତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ଚାହାନ୍ତି ।

ଏହି ଅଧ୍ୟୟନରୁ ବୁଝାପଡ଼ୁଛି ଯେ, ଆମେ କେତେ ପରିମାଣରେ ମୋବାଇଲ୍‌ର କବ୍‌ଜାରେ ପଡିଛେ । ମେଲ୍ ଚେକ୍‌, ହ୍ୱାଟ୍‌ସ ଆ୍ ଓ ଫେସ୍‌ବୁକ୍ ଷ୍ଟାଟସ୍ ଚେକ୍ ଆଦିରେ ଆମ ଜୀବନର ଅନେକ ସମୟ ହାତରୁ ଖସିଯାଉଛି । କାମ ଥିବା ଦିନ ହେଉ କି ଛୁଟି ଦିନ ହେଉ ସବୁ ସମୟରେ ମୋବାଇଲ୍ ଅର୍ଦ୍ଧାଧିକ ସମୟ ଆମ ଠାରୁ ଛଡ଼େଇ ନେଉଛି । ଆମ ଆଖି ଓ ହାତକୁ ଟାଣିନେଉଛି ତାର ସ୍କ୍ରିନ୍ ଉପରକୁ । ମୋଟାମୋଟି ଭାବେ କଥା ହେଉଛି ମୋବାଇଲ୍ ଫୋନ୍‌କୁ ଆମେ ଚଳାଇବା କିନ୍ତୁ  ମୋବାଇଲ୍‌ର ଦାସ ନହେଉ ମଣିଷ ।  ଏସବୁ କରି ଆମେ ମୋବାଇଲ ଫୋନ୍ ଓ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିାରିବା । ଫଳରେ ଆମେ ମୋବାଇଲ୍‌ର ଦାସ ନହୋଇ ମୋବାଇଲ୍‌କୁ ଆମ ଦାସ ବନେଇ ପାରିବା ।

Leave A Reply

Your email address will not be published.