ପୁଣେ: ରାହୁଲଙ୍କୁ କଡା ଜାବବ ଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, ବିପକ୍ଷ ନେତା କହୁଛନ୍ତି, ଚୀନ ଏହି ଭୂଖଣ୍ଡକୁ କଜ୍ଜା କରି ନେଇଛି । ହେଲେ ବାସ୍ତବରେ ଏହି ଜାଗା ୧୯୬୨ରେ ଚୀନ ଏହାକୁ ନିଜ କବଜାକୁ ନେଇଛି । ଜବାହାରଲାଲ ନେହରୁ ପ୍ରଧାନମନ୍ତ୍ରୀ ସମୟରେ ଯୁଦ୍ଧ ହୋଇଥିଲା ଏବଂ ଚୀନ ଉକ୍ତ ଜମିକୁ କବ୍ଜା କରି ନେଇଥିଲା । ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁମାନେ ଲଦାଖର ଉକ୍ତ ଜମି ହରାଇବା ଉପରେ କହୁଥିଲେ ସେମାନେ ଏହା ଜାଣି ରଖିବା ଉଚିତ।
ସେ କହିଛନ୍ତି, ବେଳେ ବେଳେ ସବୁ ଜାଣିବି ଏମିତି ଖବର ପ୍ରସାର କରୁଛନ୍ତି ଯେମିତି ଆମେ ଭୁଲ, ଏମିତି ଭାବେ କଥାକୁ ଉପସ୍ଥାପନା କରୁଛନ୍ତି ଯେମିତି ଏହା ଏବେ ହେଲା । ଲଦାଖ ଜମି ଚାଲିଯିବା ଘଟଣା ୧୯୬୨ ମସିହାର ହୋଇଥିଲା । ହେଲେ ସେ ବିଷୟରେ ସେମାନେ ଆଲୋଚନା କରିବେନି । ଏମିତି କହି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନାଁ ନେଇ ବିରୋଧୀ ନେତା ରାହୁଲ ଗାନ୍ଧିଙ୍କୁ କଡା ଜବାବ ଦେଇଛନ୍ତି ।
ଏଠି କହିରଖିବୁ, ରାହୁଲ ଗାନ୍ଧି ଲଦାଖ ଜମି ହରାଇବା ଘଟଣା ସମ୍ପର୍କିତ ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ରିପୋର୍ଟ ଉପରେ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ଭାରତ ପୂର୍ବ ଲଦାଖରେ ୬୫ରୁ ୨୬ଟି ପଏଣ୍ଟରେ ନିଜର ଅଧିକାର ହରାଇ ସାରିଛି । ଏହି ରିପୋର୍ଟ ଦିଲ୍ଲୀରେ ଦେଶର ଶୀର୍ଷ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଉପସ୍ଥାପିତ କରାଯାଇଥିଲା । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ହୋଇଥିଲେ ।
ଅନ୍ୟ ଏକ ପ୍ରସଙ୍ଗରେ ଜୟଶଙ୍କର କହିଥିଲେ ଯଦି ମୋତେ ଚୀନ ବିଷୟରେ କିଛି ଜାଣିବାର ଆବଶ୍ୟକତା ରହିଛି ତେବେ ମୁଁ ଇନପୁଟ ପାଇଁ ଚୀନ ରାଷ୍ଟ୍ରଦୂତଙ୍କ ପାଖକୁ ଯିବିନି । ବରଂ ମୁଁ ନିଜ ସେନା ମୁଖ୍ୟଙ୍କ ପାଖକୁ ଯିବି । ପୁଣି ଯେତେବେଳେ ଦୁଇ ଦେଶ ମଧ୍ୟରେ ବିରୋଧ ଚରମ ସୀମାରେ ପହଞ୍ଚିଥିବ ସେତେବେଳେ ଏମିତି କିଏ କରି ପାରିବ?
ଜୟଶଙ୍କର ଏହି ଉକ୍ତି ମଧ୍ୟ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଥିଲା । କାରଣ ୨୦୧୭ରେ ରାହୁଲ ଗାନ୍ଧି ଏମିତି କରିଥିଲେ ଏବଂ ପରେ ସ୍ପଷ୍ଟୀକରଣ ଦେଇଥିଲେ, ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ବିଷୟରେ କିଛି ସୂଚନା ଜାଣିବା ମୋର ଦରକାର ଥିଲା । ତେଣୁ ମୁଁ ଚୀନ ରାଜଦୂତ, ଭାରତ ପୂର୍ବ ଏନଏସଏ, ପୂର୍ବତନ କଂଗ୍ରେସ ନେତା ଏବଂ ଭୁଟାନ ରାଜଦୂତଙ୍କୁ ସାକ୍ଷାତ କରିଥିଲି ।
Comments are closed.