Latest Odisha News

BREAKING NEWS

ରେକର୍ଡ କଲା କାଶୀ ବିଶ୍ୱନାଥ ଧାମ, ୨ ବର୍ଷରେ ବାବାଙ୍କୁ ଦର୍ଶନ କରିଛନ୍ତି ପ୍ରାୟ ୧୩ କୋଟି ଶ୍ରଦ୍ଧାଳୁ

ବାରଣାସୀ: ଦ୍ବାଦ୍ଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ହେଉଛି କାଶୀ ବିଶ୍ୱନାଥ ଧାମ । ଉତ୍ତରପ୍ରଦେଶର ବାରଣାସୀ ଠାରେ ବିରାଜମାନ ଏହି ଧାମକୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଧାମ ପରିଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ​​ପହଞ୍ଚିଛନ୍ତି । ଯାହା ବିଶ୍ବ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ବିଶ୍ୱନାଥ ଧାମକୁ ପହଞ୍ଚିବାରେ ସମସ୍ୟା ଉପୁଜୁଥିବାବେଳେ, ଯୋଗୀ ସରକାରଙ୍କ ପକ୍ଷରୁ କାଶୀ ​​ବିଶ୍ୱନାଥ ଧାମରେ କରାଯାଇଥିବା ସୁବିଧା କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ଏହି ପବିତ୍ର ସ୍ଥାନକୁ ପାଖା ପାଖି ୧୩ କୋଟି ଭକ୍ତ ଆସିଛନ୍ତି । ସେଥିମଧ୍ୟରୁ ୧୬ ହଜାର ଅନ୍ତର୍ଜାତୀୟ ପରିଦର୍ଶକ ରହିଛନ୍ତି ।

ଭକ୍ତ ଙ୍କ ନିମନ୍ତେ ୨୦୨୧ ମସିହା ଡିସେମ୍ବର ମାସ ୧୩ ତାରିଖରେ କାଶୀ ବିଶ୍ୱନାଥ ଧାମ କରିଡର ର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଦିନଠାରୁ ଚଳିତ ଡିସେମ୍ବର ମାସ ୬ ତାରିଖ ପର୍ଯ୍ୟନ୍ତ ଏହି ଧାମକୁ ୧୨ କୋଟି ୯୨ ଲକ୍ଷ ୨୪ ହଜାର ଭକ୍ତ ବାବାଙ୍କ ଦର୍ଶନ ପାଇ ଆସିଛନ୍ତି । ମାସ ସରିବାକୁ ଆହୁରି କିଛି ଦିନ ବାକି ଥିବାବେଳେ ଭକ୍ତଙ୍କ ସଂଖ୍ୟା ୧୩ କୋଟି ପାର ହେବ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନୀଲ ବର୍ମା ।

କାଶୀ ବିଶ୍ବନାଥଙ୍କ ଦର୍ଶନ ନିମନ୍ତେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବଳେ, ବିଶେଷ କରି ଶ୍ରାବଣର ଶୁଭ ମାସରେ ମନ୍ଦିରରେ ଭକ୍ତଙ୍କ ଭୀଷଣ ଭିଡ ଦେଖାଯାଏ । ଅଧିକାରୀଙ୍କ ତଥ୍ୟ ଅନୁସାରେ ଚଳିତବର୍ଷ ଶ୍ରାବଣ ମାସରେ ୧.୬ କୋଟିରୁ ଅଧିକ ଭକ୍ତ ମନ୍ଦିରରେ ଦର୍ଶନ କରିଛନ୍ତି । ତେବେ ୨୦୨୨ ତୁଳନାରେ ୨୦୨୩ ପାଇଁ ବୁକିଂ ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ସୁନୀଲ ବର୍ମା କହିଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିରରେ ଅନେକ ପ୍ରକାରର ବନ୍ଦୋବସ୍ତ କରାଯାଇଥିବାବେଳେ, ସେହିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଗଣାରେ ହ୍ୱିଲ ଚେୟାର ଓ ଜରୁରୀ ସ୍ଥିତିରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଖରାରୁ ରକ୍ଷା କରିବା ପାଇଁ ଭକ୍ତଙ୍କ ନିମନ୍ତେ ପଙ୍ଖା, କୁଲର ଓ ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିବା ବର୍ମା କହିଛନ୍ତି ।

 

Leave A Reply

Your email address will not be published.