Latest Odisha News

BREAKING NEWS

କୋହଲିଙ୍କ ଫିଟନେସ୍ ରାଜ୍ : ଜାଣନ୍ତୁ ଡାଏଟ୍, ୱାର୍କ ଆଉଟ୍ ଓ ଫିଟନେସ୍ ଟିପ୍ସ

ନୂଆଦିଲ୍ଲୀ : ଯେତେବେଳେ ଫିଟନେସ୍ର କଥା ଆସେ  । ଆଗେ ମନକୁ ଆସେ କ୍ରିକେଟର ମାନଙ୍କ କଥା  । ସବୁ କ୍ରିକେଟରଙ୍କ ମଧ୍ୟରୁ ନିଆରା ଅନ୍ଦାଜର ମଣିଷ ହେଉଛନ୍ତି ବିରାଟ କୋହଲି  । ଫିଟ୍‌‌ନେସର ଆଇକନ୍‌‌ ଭାବେ କୋହଲି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସମୟରେ ବିରାଟ ଜିମରେ ଓ୍ବାର୍କ ଆଉଟ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଆଜି ଆସନ୍ତୁ ଜାଣିବା କୋହଲିଙ୍କ ଫିଟନେସ୍ ରାଜ୍ ।

୩୫ ବର୍ଷୀୟ କୋହଲି ନିଜକୁ ଫିଟ୍‌‌ ରଖିବା ପାଇଁ ଜିମ୍‌‌ରେ ଘଣ୍ଟା ଘଣ୍ଟା ଧରି ସମୟ ବିତାନ୍ତି  । ଏହା ସହିତ ସେ ଖାଦ୍ୟରେ ମଧ୍ୟ ଡାଏଟ୍ ରଖନ୍ତି । ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ କେବଳ ଅଣ୍ଡା ହିଁ ଖାଇଥାନ୍ତି। ନହେଲେ ଅନେକ ସମୟରେ ସେ ପୁରା ଶାକାହାରୀ ଭୋଜନ ଖାଆନ୍ତି । ଫିଲ୍ଡରେ ଦ୍ରୁତ ରନ୍‌‌ ସାଙ୍ଗକୁ ଦମ୍‌‌ଦାର ଫିଟନେସ ପାଇଁ ବିରାଟ ପ୍ରଶଂସକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଦୌଡ଼ିବାରେ ସାଥୀ ଭାରତୀୟ ଖେଳାଳିଙ୍କୁ ସେ ବହୁ ପଛରେ ପକାଇଦିଅନ୍ତି।

ତାଙ୍କର ଫିଟ୍‌‌ନେସକୁ ମଧ୍ୟ ଆଜିକାଲିର ଯୁବ ପିଢ଼ିଙ୍କୁ ବହୁ ମାତ୍ରାରେ ଅନୁସରଣ କରିଥାନ୍ତି । କୋହଲି ସର୍ବଦା ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେ ନିଜକୁ ଜଣେ ଖାଦ୍ୟ ପ୍ରିୟ ଭାବେ ବର୍ଣ୍ଣନା କରିଥାନ୍ତି । କିନ୍ତୁ ଜଙ୍କ୍‌‌ ଫୁଡ, ମସଲାଯୁକ୍ତ ଖାଦ୍ୟ, ଲୁଣ ଆଦିରୁ ନିଜକୁ ଦୂରେଇ ରଖିଥାନ୍ତି। ଅପେକ୍ଷାକୃତ କମ୍‌‌ କ୍ୟାଲୋରୀ ଥିବା ଖାଦ୍ୟ ଖାଇବାକୁ ସେ ପସନ୍ଦ କରିଥାନ୍ତି। ବିଭିନ୍ନ ପ୍ରକାର ଡ୍ରାଏ-ଫୁଡ୍ସ ସହ ଗ୍ରୀନ-ଟି କୋହଲିଙ୍କ ଭାରି ପ୍ରିୟ।

ସେହିଭଳି ସୁପ୍‌‌, ସାଲାଡ୍‌‌ ସହିତ ପନିପରିବାକୁ ମଧ୍ୟ ଖାଦ୍ୟ ମେନ୍ୟୁରେ ରଖିଥାନ୍ତି। କୋହଲି ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିବା ଲାଗି ସକାଳ ଜଳଖିଆରେ ଆମଲେଟ୍‌‌ ,  ସିଝା ଅଣ୍ଡା, ତରଭୁଜ ଓ ସାଲାଡ୍‌‌ ଖାଇଥାନ୍ତି।ଲଞ୍ଚ୍‌‌ରେ କିନ୍ତୁ କୋହଲି କମ୍‌‌ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିରେ ବିଭିନ୍ନ ପ୍ରକାର ଫଳ, ରୁଟି, ଡାଲି ଓ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ରହିଥାଏ। ସେହିଭଳି ରାତିରେ କୋହଲି ରୁଟି, ଡାଲି ସହ ଏକ ପନିପରିବା ମିଶ୍ରିତ ସାଲାଡ୍‌‌ ଖାଇଥାନ୍ତି।

ଜିମ୍‌‌ ସେସନ ପରେ ସେ ପ୍ରୋଟିନ ସେକ୍‌‌, ସୋୟା ମିଲ୍କ ଓ ବଟର ପନିର ଖାଇଥାନ୍ତି। ଯାହା ତାଙ୍କୁ ଫିଟ୍‌‌ ରଖିବାରେ ବେଶ୍‌‌ ସହାୟତା କରିଥାଏ। ନିଜକୁ ସର୍ବଦା ଫିଟ୍‌‌ ରଖିବା ଲାଗି କୋହଲି ସପ୍ତାହରେ ୫ ଦିନ ଜିମ୍‌‌ରେ ଝାଳ ବୁହାଇଥାନ୍ତି ଓ ୨ ଦିନ ବିଶ୍ରାମ ନେଇଥାନ୍ତି।

Leave A Reply

Your email address will not be published.