Latest Odisha News

୧୦ ବର୍ଷରେ ପୁଲିସ ହେପାଜତରେ ୫୧ ଅଭିଯୁକ୍ତଙ୍କ ମୃତ୍ୟୁ

ଭୁବ‌ନେଶ୍ବର: ରାଜ୍ୟରେ ହାଜତ ମୃତ୍ୟୁ ଚିନ୍ତା ବଢାଉଛି ।  ଗତ ୧୦ ବର୍ଷ ଭିତରେ ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଲାଣି।   ପୁଲିସ ହେପାଜତରେ ୨୦୧୩ରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ୨୦୧୪ରେ ୨,  ୨୦୧୫ରେ ୮,  ୨୦୧୬ରେ ୪,  ୨୦୧୭ରେ ୩,  ୨୦୧୮ରେ ୪, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୪ ଓ ୨୦୨୨ରେ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ରାଜ୍ୟର ବିଭିନ୍ନ ଥାନା ହାଜତ ଓ ଜେଲରେ କେତେ ଅଭିଯୁକ୍ତ କିମ୍ବା କଏଦୀଙ୍କର ମୃତ୍ୟୁ ଘଟିଛି ?  ପୁଲିସ ଅତ୍ୟାଚାର ବିରୋଧରେ ମୋଟ କେତେ ମାମଲା ରୁଜୁ ହୋଇଛି ? ଆଜି ଶୂନ୍ୟକାଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏ ନେଇ ପ୍ରଶ୍ନ କରିବା ସହ  ତ ୧୦ ବର୍ଷର ତଥ୍ୟ ଦେବା ପାଇଁ କହିଥିଲେ ।   କେତେ ମାମଲାରେ କୋର୍ଟ, ରାଜ୍ୟ ତଥା ଜାତୀୟ ମାନବାଧିକାର କମିସନ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ।

ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଜେଲରେ ୨୦୧୩ରେ ୪୬, ୨୦୧୪ରେ ୪୩, ୨୦୧୫ରେ ୪୬, ୨୦୧୬ରେ ୪୮, ୨୦୧୭ରେ ୪୭, ୨୦୧୮ରେ ୫୧, ୨୦୧୯ରେ ୫୩, ୨୦୨୦ରେ ୭୮, ୨୦୨୧ରେ ୬୧ ଓ ୨୦୨୨ରେ ୭୩ ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି  କେତେ ମାମଲାରେ କୋର୍ଟ, ରାଜ୍ୟ ତଥା ଜାତୀୟ ମାନବାଧିକାର କମିସନ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ନେଇ ତର୍ଜମା ଚାଲିଛି ।

 

Leave A Reply

Your email address will not be published.