Latest Odisha News

BREAKING NEWS

ସମଲିଙ୍ଗୀ ବିବାହ ମାମଲା, ଏପ୍ରିଲ୍ ୧୮ରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏପ୍ରିଲ୍ ୧୮ରୁ ଶୁଣାଣି ଆରମ୍ଭ ହେବ । ଆବେଦନ ଉପରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆବେଦନକାରୀ ଏହି ମାମଲାକୁ ସର୍ବସାଧାରଣଙ୍କ ସହ ଜଡ଼ିତ କହି ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ଦାବି କରିଛନ୍ତି । କହିଛନ୍ତି, ପୂରା ଦେଶ ଜାଣିବାକୁ ଚାହୁଁଛି କଣ ଶୁଣାଣି ହେଉଛି ।

ଆଜି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଗତକାଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର, ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ହୋଇଥିବା ଆବେଦନକୁ ବିରୋଧ କରିଥିଲେ । କେନ୍ଦ୍ର ସରକାର ଦେଇଥିବା ସତ୍ୟପାଠ ଉପରେ ଜବାବ ଦେବାକୁ ଆବେଦନକାରୀ ସମୟ ମାଗିଛନ୍ତି ।

ସୋମବାର ଶୁଣାଣି ବେଳେ ପ୍ରଧାନ ବିଚାରପତି ପଚାରିଛନ୍ତି, କେନ୍ଦ୍ର ସରକାର କଣ କହିବାକୁ ଚାହୁଁଛନ୍ତି ? ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର ଓ ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି, ଏହା ସାମାଜିକ ନୈତିକତା ଓ ଭାରତୀୟ ସ୍ୱଭାବ ସହ ଅନୁରୂପ ନୁହେଁ ।

ଶୁଣାଣି ବେଳେ ସଲିସିଟର ଜେନେରାଲ୍ କହିଛନ୍ତି, ଯଦି ବିବାହ ପରେ ସେମାନେ ଏକ ଛୁଆକୁ ପୋଷ୍ୟ କରି ନିଅନ୍ତି ତ ତାର ମାନସିକ ଅବସ୍ଥା କଣ ହେବ ତାହା ବୁଝିବା ଦରକାର । କାରଣ ଛୁଆଟିଏ ମହିଳାଙ୍କୁ ମାଆ ଓ ପୁରୁଷକୁ ପିତା ଭାବେ ଦେଖେ । ଗତକାଲି କେନ୍ଦ୍ର ସରକାର ଏହି ମାମଲାରେ ସୁପ୍ରିମକୋର୍ଟରେ ୫୬ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ ।

Leave A Reply

Your email address will not be published.