Latest Odisha News

BREAKING NEWS

ଜେଲରେ କାହିଁକି ଆତ୍ମହତ୍ୟା କଲା ଗୋବିନ୍ଦ ? ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କର ମୃତ୍ୟୁ ଘଟିଲା ? କାହିଁକି  ଆତ୍ମହତ୍ୟା କଲା ଗୋବିନ୍ଦ ? ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି   ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାୟକ ମୋହନ ଚରଣ ମାଝୀ,  ନାଉରୀ ନାୟକ, ମୁକେଶ ମହାଲିଙ୍ଗ,  ସୂର୍ଯ୍ୟବଂଶୀ ସୁରଜ, ସନାତନ ବିଜୁଳି, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭବାନୀ ଶଙ୍କର ଭୋଇ, ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବି ପ୍ରସ୍ତାବ ଉପରେ  ଗୃହରାଷ୍ଟ୍ର ମନ୍ତ୍ରୀ  ତୁଷାରକାନ୍ତି ବେହେରା ଉତ୍ତର ଦେଇ କହିଥିଲେ, ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି।

କଣ୍ଟାବାଞ୍ଜି ସବ୍‍ ଜେଲ୍‍, ବଲାଙ୍ଗିରର ଜେଲର୍ ତଥା ଅଧିକ୍ଷକଙ୍କ ଲିଖିତ ଅଭିଯୋଗ କ୍ରମେ କଣ୍ଟାବାଞ୍ଜି ଥାନାରେ ଏ ନେଇ ଏକ  ଅପମୃତ୍ୟୁ ମାମଲା  ରୁଜୁ ହୋଇଥିଲା  । ମୃତ ଗୋବିନ୍ଦ ସାହୁ ମମିତା ମେହେର ଅପହରଣ ଓ  ହତ୍ୟା ମାମଲାର ମୁଖ୍ୟ ଆସାମୀ ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମାମଲାଟିର ଅନୁସନ୍ଧାନ ଦାୟିତ୍ୱ ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା  । କ୍ରାଇମବ୍ରାଞ୍ଚ ଦ୍ୱାରା ଅପମୃତ୍ୟୁ ମାମଲା ସଂଖ୍ୟା ୧/୨୦୨୨ ଋଜୁ କରାଯାଇ ଅନୁସନ୍ଧାନ ଜାରି ରହି ଛି ।

ଅନୁସନ୍ଧାନ ସମୟରେ ସଂପୃକ୍ତ ଅଧିକାରୀ ମୃତ ଗୋବିନ୍ଦ ସାହୁ ପିନ୍ଧିଥିବା ଶୀତକାଳୀନ ଜ୍ୟାକେଟ୍‍ର ବାମ ପାର୍ଶ୍ୱ ପକେଟରୁ କେତେକ କାଗଜପତ୍ର ଜବତ କରିଥିଲେ।    ଜାତୀୟ ମାନବାଧିକାର ଆୟୋଗଙ୍କର ନିର୍ଦ୍ଦେଶନାମା ମୁତାବକ ଅନୁସନ୍ଧାନ ଜାରି ରହିଛି  । ଶ୍ରୀ ବେହେରା କହିଛନ୍ତି,  ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି। ଏହି ମାମଲାରେ ସବୁ ଦିଗକୁ ରଖି ତଦନ୍ତ କରାଯାଉଛି । ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି  ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

Leave A Reply

Your email address will not be published.