Latest Odisha News

ରାଷ୍ଟ୍ରପତି ନିର୍ବାଚନ: ବିଜେପିର ରଣନୀତି ପଢ଼ି ବିଜେଡି ଚଳାଇଲା ସମାନ ଗୋଟି

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ସାରା ଦେଶରେ ନିଜର ଏକ ଆଦିବାସୀ ଚେହେରା ତିଆରି କରିଛି । ଯାହାକି ଆଗାମୀ ଦିନରେ ସାରା ଦେଶର ୧୪ଟି ରାଜ୍ୟରେ ଥିବା ମୋଟ୍ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଭୋଟ୍ ହାତେଇବାରେ ସହଯୋଗ କରିବ ବୋଲି ଚିନ୍ତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଶୀର୍ଷ ନେତୃତ୍ୱ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛନ୍ତି ବୋଲି କୁହାଯାଉଛି। ଏପରି କରି ବିଜେପି ଓଡ଼ିଶା ସମେତ ଅନେକ ରାଜ୍ୟର ଆଦିବାସୀ ଭୋଟ ଉପରେ ନଜର ରଖିଛି ବୋଲି ଜାତୀୟ ଗଣମାଧ୍ୟମର ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି। ଯେଉଁଠି ମୋଟ୍ ଜନସଂଖ୍ୟାର ୨୨.୮% ଆଦିବାସୀ ଭୋଟର ରହିଛନ୍ତି । ୨୦୧୧ ଜାତୀୟ ଜଗନଣନା ଅନୁଯାୟୀ ଏହି ଭୋଟ୍ ହାର ସାମ୍ନାକୁ ଆସିଛି। ଆଗାମୀ ନିର୍ବାଚନ ବେଳକୁ ଏହି ଭୋଟ୍ ହାର ବଢିବାର ଯଥେଷ୍ଟ ଆଶଙ୍କା ରହିଛି।

ଅନ୍ୟପଟେ ଦ୍ରୌପଦୀ ମୁର୍ମୁ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି। ରାଜ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ଏହି ଜିଲ୍ଲାରେ ଅଧିକ ରହିଛି। ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ପରେ ରାଜ୍ୟ ବିଜେପି ମଧ୍ୟ ଆଦିବାସୀ ଭୋଟ୍ ପାଇବାରେ ଆଗାମୀ ଦିନରେ ସହଜ ହେବ ବୋଲି ଭାବୁଛି। ତେବେ ଏହାରି ଭିତରେ ନବୀନ ମଧ୍ୟ ସମାନ ଗୋଟି ଚଳାଇଛନ୍ତି। ବିଜେପି ଯେଉଁ ଆଦିବାସୀ ଏବଂ ମହିଳା କାର୍ଡ ରାଷ୍ଟ୍ରପତି ନିର୍ବାଚନ ବେଳେ ଖେଳିଛି ସମାନ ଗୋଟି ନବୀନ ମଧ୍ୟ ଚଳାଇଛନ୍ତି।

ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ। ଏହି ସମୟରେ ବିଜେଡିର ବିଧାୟକ ଉପସ୍ଥିତ ରହିବେ ବୋଲି ନବୀନ ଟୁଇଟ୍ କରିଛନ୍ତି। ଯେଉଁ ବିଧାୟକ ଉପସ୍ଥିତ ରହିବେ ସେ ହେଲେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ । ଜଗନ୍ନାଥ ଆଦିବାସୀ ନେତା ହୋଇଥିବା ବେଳେ ଟୁକୁନି ମହିଳା ନେତ୍ରୀ । ଏପରି କରି ନବନୀ ସେହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେଉଁ ବାର୍ତ୍ତା ବିଜେପି ଖେଳିବାକୁ ପ୍ରୟାସ କରିଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ନବୀନ ମଧ୍ୟ ବିଜେପିର ଆଦିବାସୀ ଭୋଟ ଉଦ୍ଦେଶ୍ୟକୁ ଭଲ ଭାବରେ ବୁଝି ନେଇଛନ୍ତି। ଯାହା ଏବେ ତାଙ୍କ ଦଳର ଭୋଟ୍ ବ୍ୟାଙ୍କ ରହିଛି।

ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହୋଇଥିଲା। ଏହି ସମୟରେ ଆଦିବାସୀ ଗଡ କୁହାଯାଉଥିବା ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ସୁନ୍ଦରଗଡ ଆଦି ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିଛି। ଏହି ସମସ୍ତ ଅଞ୍ଚଳ ସାଧାରତଃ ଆଦିବାସୀ ବହୁଳ ଅଞ୍ଚଳ। ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଚଳିତଥର ଏହି ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁ଼ଡୁଙ୍କୁ ବିଜେପି କେନ୍ଦ୍ରର ଆଦିବାସୀ ମନ୍ତ୍ରୀ ମଧ୍ୟ କରାଇଛି। ଏହାପରେ ବି ବିଜେଡିର ରଣନୀତି ଆଗରେ ଫେଲ୍ ମାରିଥିବା ବିଜେପିର ଆଦିବାସୀ କାର୍ଡ। ଯେଉଁଥିପାଇଁ ବିଜେପି ମୟୂରଭଞ୍ଜରେ ୨୦୧୭ ନିର୍ବାଚନର ଫଳାଫଳ ଦୋହରାଇ ପାରିନଥିଲା।

Leave A Reply

Your email address will not be published.