Latest Odisha News

BREAKING NEWS

ଶାହାଙ୍କ ଗୁଗୁଲିରେ ଫସିଲେ ସିବଲ

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ପୁର୍ନବାର ଦିଲ୍ଲୀ ହିଂସା, ସିଏଏ ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । କଂଗ୍ରେସ ଜାଣିଶୁଣି ଭ୍ରମ ସୃଷ୍ଟି କରାଉଛି ବୋଲି ସେ କହିଥିଲେ । କପିଳ ସିବଲଙ୍କୁ ଶାହା ପଚାରିଥିଲେ, ଆପଣ ସୁପ୍ରିମକୋର୍ଟର ଜଣେ ବରିÂ ଓକିଲ, ସିଏଏରେ ଏପରି ଏକ ପଏଂଟ କୁହ ଯେଉଁଥିରେ ନାଗରିକତା ଯିବା କଥା କୁହାଯାଇଛି ।

କପିଳ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ ଶେଷରେ ବାଧ୍ୟ ହୋଇ କହିଥିଲେ, କେହି କହୁ ନାହାନ୍ତି ସିଏଏ ଯୋଗୁ କାହାର ନାଗରିକତା ଯିବ । ତାଙ୍କର ଏହି ଉତରକୁ ଧରି ଶାହ ବେଶ୍ କିଛି ସମୟ କଂଗ୍ରେସ ନେତା ଭ୍ରମ ସୃଷ୍ଟି କରାଉଥିବା ଅଭିଯୋଗକୁ ପ୍ରମାଣିତ କରାଇପାରିଥିଲେ ।

Leave A Reply

Your email address will not be published.