Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଚଳିତ ଆଇପିଏଲ ଅବସରରେ ବିସିସିଆଇ ଏହି ଘୋଷଣା କରିଛି । ନଭେମ୍ବରରୁ ଏହି ସିରିଜ ଖେଳାଯିବ ବୋଲି ଘୋଷଣା କରାଯିବା ପରେ ମଙ୍ଗଳବାର କାର୍ଯ୍ୟସୂଚୀ ସମ୍ମୁଖକୁ ଆସିଛି । ଭାରତ ୪୬ ଦିନର ଅଷ୍ଟ୍ରେଲିଆ ଗସ୍ତରେ ଏହି ମ୍ୟାଚଗୁଡିକ ଖେଳିବ । ପ୍ରଥମ ମ୍ୟାଚ ପର୍ଥରେ ନଭେମ୍ବର ୨୨ରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡରେ ଏବଂ ତୃତୀୟ ଟେଷ୍ଟ ଡିସେମ୍ବର ୧୪ରୁ ଗାବାରେ ଖେଳାଯିବ ।

ସେହିପରି ୪ର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବୋର୍ଣ୍ଣରେ ଏବଂ ୫ମ ଟେଷ୍ଟ ଜାନୁୟାରୀ ୩ରୁ ସିଡନୀରେ ଖେଳାଯିବ । ଏହି ଅବସରରେ ପାକିସ୍ତାନ ବିପକ୍ଷ ଦିନିକିଆ ସିିରିଜ ଏବଂ ଟି୨୦ ସିରିଜର କାର୍ଯ୍ୟସୂଚୀ ମଧ୍ୟ ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.