Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଜୁନ ୯ରେ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଜୁନ ୯ରେ ପରସ୍ପରକୁ ଭେଟି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବାରୁ ଏହି ସମ୍ଭାବ୍ୟ ରିପୋର୍ଟର ସତ୍ୟତା ନେଇ ଓଡିଶା ସମ୍ବାଦ ପୃଷ୍ଟି କରୁ ନାହିଁ । ଆଇପିଏଲ ୨୦୨୪ ଆୟୋଜନ ଏବେ ବିସିସିଆଇ ପାଇଁ ମୁଣ୍ଡବ୍ୟାଥାରେ କାରଣ ସାଜିଛି । ଗୋଟିଏ ପଟେ ସାଧାରଣ ନିର୍ବାଚନ ଓ ଅନ୍ୟ ପଟେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଆଇସିସି ସ୍ପଷ୍ଟ ଭାବେ ଜଣାଇ ଦେଇଛି ଆଇପିଏଲ ଫାଇନାଲ ଓ ବିଶ୍ୱକପ ଆରମ୍ଭ ମଧ୍ୟରେ ଅତି କମରେ ୭ ଦିନର ବ୍ୟବଧାନ ରହିବା ଜରୁରୀ । ବିସିସିଆଇକୁ ୫୮ ଦିନ ମଧ୍ୟରେ ଆଇପିଏଲର ସମସ୍ତ ମ୍ୟାଚ ଶେଷ କରିବାକୁ ପଡିବ ।

ରିପୋର୍ଟ ମୁତାବକ ଟି୨୦ ବିଶ୍ୱକପରେ ଭାରତ ତାର ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡକୁ ଜୁନ ୫ରେ ଭେଟିବ । ଏହା ପରେ ଜୁନ ୯ରେ ପାକିସ୍ତାନକୁ, ୧୨ରେ ଆମେରିକାକୁ, ୧୫ରେ କାନାଡାକୁ, ୨୦ରେ ସି୧, ୨୨ରେ ଶ୍ରୀଲଙ୍କାକୁ, ୨୪ରେ ଅଷ୍ଟ୍ରେଲିଆକୁ ଭେଟିବ । ୨୬ ଓ ୨୮ରେ ୨ଟି ଯାକ ସେମିଫାଇନାଲ ଏବଂ ୨୯ରେ ଫାଇନାଲ ଖେଳାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପରେ ଭାରତକୁ ବିଶ୍ୱକପ ପାଇଁ ଦଳ ଚୟନ କରିବା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ଆଇପିଏଲ ପ୍ରଦର୍ଶନ ଉପରେ ନଜର ରଖିବାକୁ ପଡିବ ।

Leave A Reply

Your email address will not be published.