Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ କ୍ରିକେଟ ସିରିଜ; କେବେ ଓ କେଉଁଠି ଜାଣନ୍ତୁ…

ଭୁବନେଶ୍ୱର: ଏବେ ଭାରତ ଗସ୍ତରେ ରହିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ଆସନ୍ତା ଡ଼ିସେମ୍ବର ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଏହି ଗସ୍ତକ୍ରମରେ ଭାରତ ସହିତ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ ।

ନିକଟରେ ଭାରତ ଘରୋଇ ପିଚରେ ବାଂଲାଦେଶ ଦଳକୁ ଉଭୟ ଟି-୨୦ ଏବଂ ଟେଷ୍ଟ ଶୃଙ୍ଖଳାରେ ବିଜୟ ହାସଲ କରିଛି । ଭାରତ କୋଲକାତାରେ ଅନୁଷ୍ଠିତ ହୋଇଥିବା ଐତିହାସିକ ଦିବାରାତ୍ର ମ୍ୟାଚରେ ବାଂଲାଦେଶ ଦଳକୁ ପରାସ୍ତ କରିବା ସହିତ ଶୃଙ୍ଖଳାକୁ ୨-୦ରେ ଜିତିପାରିଛି । ତେବେ ତୃତୀୟ ଟେଷ୍ଟମ୍ୟାଚ ଖେଳି ବାଂଲାଦେଶ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଡ଼ିସେମ୍ବର ୬ରୁ ୱେଷ୍ଟଇଣ୍ଡିଜ ସହିତ ଟି-୨୦ ଏବଂ ଏକଦିବସୀୟ ମ୍ୟାଚ ଖେଳିବ ।

ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର କଥା ହେଉଛି ଐତିହାସିକ କଟକ ବାରବାଟି ଷ୍ଟାଡ଼ିୟମରେ ଡ଼ିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ତଥା ଶୃଙ୍ଖଳାର ଅନ୍ତିମ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ବାରବାଟି ଷ୍ଟାଡ଼ିୟମରେ ଅନେକ ଦିନପରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଥିବା ଯୋଗୁଁ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନରେ ଆନନ୍ଦ ଓ ଉତ୍ସାହ ଖେଳିଯାଇଛି ।

ୱେଷ୍ଟଇଣ୍ଡିଜ ସହିତ ମ୍ୟାଚ ଖେଳିବା ଲାଗି ଟିମ୍ ଇଣ୍ଡିଆ ଚୟନ ଚୂଡ଼ାନ୍ତ କରି ଦଳ ଘୋଷଣା କରିସାରିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟି-୨୦ ଦଳ:

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ୟୁଜଭେନ୍ଦ୍ର ଚହଲ, ଦୀପକ ଚହର, ଶିଖର ଧାୱନ, ଶିବମ ଦୁବେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ମନିଷ ପାଣ୍ଡେ, ରିଷଭ ପନ୍ଥ ଏବଂ କେ ଏଲ ରାହୁଲ ଓ ୱାଶିଂଟନ ସୁନ୍ଦର ।

ୱେଷ୍ଟଇଣ୍ଡିଜ-ଭାରତ ଟି-୨୦ ଶୃଙ୍ଖଳା:

ଡ଼ିସେମ୍ବର ୬ – ୱେଷ୍ଟଇଣ୍ଡିଜ-ଭାରତ ୧ମ ଟି-୨୦ – ହାଇଦ୍ରାବାଦ
ଡ଼ିସେମ୍ବର ୮ – ୱେଷ୍ଟଇଣ୍ଡିଜ-ଭାରତ ୨ୟ ଟି-୨୦ – ଥିରୁଭନନ୍ତପୁରମ
ଡ଼ିସେମ୍ବର ୧୧ – ୱେଷ୍ଟଇଣ୍ଡିଜ-ଭାରତ ୩ୟ ଟି-୨୦ – ମୁମ୍ବାଇ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦିନିକିଆ ଦଳ:

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ୟୁଜଭେନ୍ଦ୍ର ଚହଲ, ଦୀପକ ଚହର, ଶିଖର ଧାୱନ, ଶିବମ ଦୁବେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡ଼େଜା, କେଦାର ଯାଦବ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ମନିଷ ପାଣ୍ଡେ, ରିଷଭ ପନ୍ଥ ଏବଂ କେ ଏଲ ରାହୁଲ ।

ୱେଷ୍ଟଇଣ୍ଡିଜ-ଭାରତ ଏକଦିବସୀୟ ଶୃଙ୍ଖଳା:

ଡ଼ିସେମ୍ବର ୧୫ – ୱେଷ୍ଟଇଣ୍ଡିଜ-ଭାରତ ୧ମ ଦିନିକିଆ ମ୍ୟାଚ – ଚେନ୍ନାଇ
ଡ଼ିସେମ୍ବର ୧୮ – ୱେଷ୍ଟଇଣ୍ଡିଜ-ଭାରତ ୨ୟ ଦିନିକିଆ ମ୍ୟାଚ – ବିଶାଖାପାଟଣା
ଡ଼ିସେମ୍ବର ୨୨ – ୱେଷ୍ଟଇଣ୍ଡିଜ-ଭାରତ ୩ୟ ଦିନିକିଆ ମ୍ୟାଚ – କଟକ

Leave A Reply

Your email address will not be published.