Latest Odisha News

BREAKING NEWS

ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଆସିଲେ ପ୍ରାର୍ଥୀ

ପାଟନା: ପାଖରେ ଚାରି ଚକିଆ ଗାଡ଼ି ନାହିଁ । ମଇଁଷି ଉପରେ ବସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ । ବିହାରରୁ ଏମିତି ଘଟଣା ସାମନାକୁ ଆସିଛି । ବାହାଦୂରପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ନଚାରୀ ମଣ୍ଡଳ ସମର୍ଥକଙ୍କ ଗହଣରେ ମଇଁଷି ଉପରେ ବସି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ ।

ନଚାରୀ ମଣ୍ଡଳ କହିଛନ୍ତି, ସେ ଗରିବ ପରିବାରରୁ ଆସିଛନ୍ତି । ଜଣେ ଚାଷୀର ପୁଅ । ତାଙ୍କ ପାଖରେ ଚାରି ଚକିଆ ଗାଡ଼ି ନାହିଁ । ସେଥିପାଇଁ ମଇଁଷି ଚଢ଼ି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ ।

ପୂର୍ବରୁ ଗୟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ପ୍ରାର୍ଥୀ ମହମ୍ମଦ ପରଭେଜ୍ ମନସୁରୀ ମଇଁଷି ଉପରେ ବସି ପ୍ରଚାର କରିଥିଲେ । ଏନେଇ ତାଙ୍କ ବିରୋଧରେ ପ୍ରିଭେନସନ୍ ଅଫ କ୍ରୁଏଲଟି ଟୁ ଆନିମଲ୍ ଆକ୍ଟି ଓ କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏବେ ନଚାରୀ ମଣ୍ଡଳ ମଇଁଷି ଉପରେ ବସି ନାମାଙ୍କନ ଭରିବାକୁ ଆସି ବିବାଦୀୟ ହୋଇଛନ୍ତି ।

Leave A Reply

Your email address will not be published.