Latest Odisha News

୬୭ ବର୍ଷ ପରେ ମହିଳାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ୬୭ ବର୍ଷ ପରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସୂଚନା ମୁତାବକ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ମହିଳା ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଏବଂ ପେଟକୁ କାଟି ଶିଶୁକୁ ଅପହରଣ କରିବା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ଡିସେମ୍ବର ୮ରେ, ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୋଷୀ ମହିଳାଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯିବ।

ସୂଚନାଯୋଗ୍ୟ ୧୬ ଡିସେମ୍ବର ୨୦୦୪ରେ, ୩୬ ବର୍ଷୀୟା ଲିସା ମାଣ୍ଟ‌ୋଗୋମେରୀ ପୋଷା କୁକୁର କିଣିବା ବାହାନାରେ ମିସୋରୀ ସ୍ଥିତ ୨୩ ବର୍ଷୀୟା ବବି ଷ୍ଟେନେଟ୍‌ଙ୍କ ଘରେ ପହଞ୍ଚିଥିଲେ। ​​ଏହା ପରେ, ଲିସା ୮ ମାସର ଗର୍ଭବତୀ  ଥିବା ଷ୍ଟେନେଟ୍‌କୁ ଏକ ଦଉଡିରେ ଗଳା ଚିପି ତା’ପରେ ପେଟ ଚିରି ପିଲାଟିକୁ ନେଇ ପଳାଇଥିଲେ।।

ଘଟଣାର ତଦନ୍ତ ପରେ ପୋଲିସ ଲିସା ମାଣ୍ଟ‌ୋଗୋମେରୀକୁ ଗିରଫ କରିଥିଲା। ମାଣ୍ଟ‌ୋଗୋମେରୀ ମିସୋରୀ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଥିଲେ ଏବଂ ପରେ ୨୦୦୮ରେ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ମାଣ୍ଟ‌ୋଗୋମେରୀ ଅନେକ ଫେଡେରାଲ କୋର୍ଟ ନିକଟକୁ ଯାଇଥିଲେ, କିନ୍ତୁ ତାଙ୍କ ସମସ୍ତ ନବେଦନ ଖାରଜ କରାଯାଇଥିଲା।

ବର୍ତ୍ତମାନ ମାଣ୍ଟ‌ୋଗୋମେରୀଙ୍କ ବୟସ ୫୨ ବର୍ଷ ଏବଂ ସେ ଏବେ ଇଣ୍ଡିଆନାର ଟେରେ ହାଉଟ୍ ଜେଲରେ ବନ୍ଦୀ ହୋଇ ରହିଛନ୍ତି। ଲିସା ମାଣ୍ଟ‌ୋଗୋମେରୀଙ୍କୁ  ଆସନ୍ତା ଡିସେମ୍ବର ୮ ରେ ମାରାତ୍ମକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯିବ। ମାଣ୍ଟ‌ୋଗୋମେରୀଙ୍କ ଦ୍ୱାରା ଅପହରଣ ହୋଇଥିବା ପିଲାଟିର ବୟସ ବର୍ତ୍ତମାନ ୧୬ ବର୍ଷ । ପିଲାଟିକୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଶେଷ ଥର ପାଇଁ ୧୯୫୩ ମସିହାରେ ଆମେରିକାରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

 

Leave A Reply

Your email address will not be published.