Latest Odisha News

BREAKING NEWS

ଭାରତ ସମେତ ଆଉ ୫ ‌ଦେଶରୁ ଭ୍ରମଣ କଟକଣା ହଟାଇଲା ସିଙ୍ଗାପୁର

ସିଙ୍ଗାପୁର: ସିଙ୍ଗାପୁର ଭାରତ ସମେତ ଅନ୍ୟ ପାଞ୍ଚଟି ଦକ୍ଷିଣ ଏସୀୟ ଦେଶକୁ ଯାତ୍ରା ପ୍ରତିବନ୍ଧକ ତାଲିକାରୁ ହଟାଇ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଧବାର ଠାରୁ ବାଂଲାଦେଶ, ଭାରତ, ମିଆଁମାର, ନେପାଳ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ୧୪ ଦିନିଆ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ସମସ୍ତ ଯାତ୍ରୀଙ୍କୁ ସିଙ୍ଗାପୁର ଦେଇ ପ୍ରବେଶ କିମ୍ବା ଗମନାଗମନ ପାଇଁ ଅନୁମତି ଦିଆଯିବ।

ତେବେ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଏହି ଦେଶଗୁଡିକର ଯାତ୍ରୀମାନେ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବେ।

ଏକ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି ଯେ ଦକ୍ଷିଣ ଏସିଆର ୬ ଟି ଦେଶରେ କରୋନାର ସ୍ଥିତିର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.