Latest Odisha News

BREAKING NEWS

ଓଡ଼ିଶା ଉପକୂଳରେ ଭାରତର ବଡ଼ ସଫଳତା: MIRV ପ୍ରଯୁକ୍ତି ସହ ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ମାଟିରୁ ପୁଣି ଥରେ ବିଶ୍ୱକୁ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅତ୍ୟାଧୁନିକ ‘ଅଗ୍ନି’ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହି ମିସାଇଲ୍‌ଟି MIRV ସିଷ୍ଟମ୍ ବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଯୁକ୍ତିରେ ସଜ୍ଜିତ ହୋଇଛି।

ଏହି ପରୀକ୍ଷଣର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର MIRV (Multiple Independently Targetable Re-entry Vehicle) ପ୍ରଯୁକ୍ତି। ଏହାର ଅର୍ଥ ହେଉଛି, ଗୋଟିଏ ମିସାଇଲ୍ ଏକାସାଙ୍ଗରେ ଶତ୍ରୁପକ୍ଷର ଅନେକ ଲକ୍ଷ୍ୟସ୍ଥଳ ବା ଟାର୍ଗେଟକୁ ଭେଦ କରିପାରିବ। ବିଭିନ୍ନ ସ୍ଥାନରେ ଥିବା ଶତ୍ରୁର ଆଡ୍ଡାକୁ ଏହି ଗୋଟିଏ ମିସାଇଲ୍ ବ୍ୟବହାର କରି ନିମିଷକ ମଧ୍ୟରେ ଧ୍ୱଂସ କରାଯାଇପାରିବ।

ଏହି ସଫଳତା ସହ ଭାରତ ଏବେ ବିଶ୍ୱର ସେହି କିଛି ଗଣତିର ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯାହାଙ୍କ ପାଖରେ ଏଭଳି ଜଟିଳ ସାମରିକ ପ୍ରଯୁକ୍ତି ରହିଛି। ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ ଏବଂ ବ୍ରିଟେନ୍ ପରେ ଭାରତ ହେଉଛି ଷଷ୍ଠ ଦେଶ ଯିଏ ଏହି MIRV କ୍ଷମତା ହାସଲ କରିଛି। ଏହା ଭାରତର ରଣନୈତିକ ପ୍ରତିରୋଧ ଶକ୍ତିକୁ ଅନେକ ଗୁଣ ବଢ଼ାଇ ଦେଇଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ଅତ୍ୟାଧୁନିକ ମିସାଇଲ୍ ବିକଶିତ କରାଯାଇଛି। ପରୀକ୍ଷଣ ସମୟରେ ମିସାଇଲ୍‌ଟି ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡକୁ ସଫଳତାର ସହ ପୂରଣ କରିଛି। ଏହି ବିରାଟ ସଫଳତା ପାଇଁ DRDO ବୈଜ୍ଞାନିକମାନଙ୍କୁ ଚତୁର୍ଦ୍ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.