ଅକ୍ଲାଣ୍ଡ: ଅକ୍ଲାଣ୍ଡରେ କିଛି ଦିନ ପୂର୍ବରୁ ଟି୨୦ ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଏହି ପଡିଆରେ ଦିନିକିଆ ସିରିଜର ମଧ୍ୟ ବିଜୟ ସହ ଶୁଭାରମ୍ଭ କରିଛି । ଦ୍ରୁତ ବୋଲରମାନେ ନ୍ୟୁଜିଲାଣ୍ଡକୁ ଶୀଘ୍ର ଆଉଟ୍ କରିବା ପରେ ବିରାଟ କୋହଲି ସଫଳତାର ସହ ଲକ୍ଷ୍ୟ ହାସଲ କରାଇଥିଲେ ।। ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍ ପରେ ଭାରତୀୟ ଦଳ ଦିନିକିଆ ସିରିଜର ମଧ୍ୟ ବିଜୟ ସହ ଆରମ୍ଭ କରିଛି । ଅର୍ଶଦୀପ ସି, ଗୁରନୂର ବରାଡ଼ ଏବଂ ଅଂଶୁଲ କମ୍ବୋଜଙ୍କ ମିଳିତ ପ୍ରଦର୍ଶନ ଆଗରେ ନ୍ୟୁଜିଲାଣ୍ଡ ମାତ୍ର ୧୮୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏହାପରେ ବର୍ଷା ବାଧା ସତ୍ତ୍ୱେ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଜଳରେ ଭାରତ ସହଜରେ ମ୍ୟାଚ୍ ଜିତି ନେଇଛି । ବୁଧବାର (୪ ନଭେମ୍ବର) ଖେଳାଯାଇଥିବା ଏହି ମ୍ୟାଚ୍ରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ମ୍ୟାଚ୍ ୧୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା । ଅର୍ଶଦୀପ ସିଂହ (୪/୭୦) ପାୱାରପ୍ଲେ ମଧ୍ୟରେ ଦୁଇଟି ଓ୍ୱିକେଟ୍ ନେଇ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଅନ୍ୟପଟେ ଅଂଶୁଲ କମ୍ବୋଜ (୨/୨୨) ଏବଂ ଗୁରନୂର ବରାଡ଼ (୩/୪୪) ମଧ୍ୟ କଡ଼ା ଚାପ ସୃଷ୍ଟି କରିଥିଲେ । ବରାଡ଼ ମଧ୍ୟ ୨ଟି ଓ୍ୱିକେଟ୍ ନେଇଥିଲେ । ରୋହିତ ଶର୍ମାଙ୍କ ଚମତ୍କାର ଫିଲ୍ଡିଂ ଯୋଗୁଁ ଏକ ରନ୍ ଆଉଟ୍ ମଧ୍ୟ ହୋଇଥିଲା ଏବଂ ମାତ୍ର ୯୭ ରନ୍ ମଧ୍ୟରେ ନ୍ୟୁଜିଲାଣ୍ଡର ୫ଟି ଓ୍ୱିକେଟ୍ ପଡ଼ିଯାଇଥିଲା ।
ନ୍ୟୁଜିଲାଣ୍ଡ ପାଇଁ ଗ୍ଲେନ ଫିଲିପ୍ସ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନ୍ୟପଟୁ ସହଯୋଗ ମିଳିନଥିଲା । ଶେଷରେ ୧୧ ନମ୍ବର ବ୍ୟାଟ୍ସମ୍ୟାନ୍ ବ୍ଲେୟର ଟିକନର୍ ୪ଟି ଛକା ମାରିଥିଲେ, ଯେଉଁଥିରୁ ୩ଟି କେବଳ ଅର୍ଶଦୀପଙ୍କ ଓଭରରେ ଆସିଥିଲା ଏବଂ ନ୍ୟୁଜିଲାଣ୍ଡ ୧୮୫ ରନ୍ରେ ସମାପ୍ତ ହୋଇଥିଲା । ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା ଏବଂ ପ୍ରଥମ ଓଭରରେ ହିଁ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ୍ରେ ଆଉଟ୍ ହୋଇଯାଇଥିଲେ । ଲାଗୁଥିଲା ଯେ ନ୍ୟୁଜିଲାଣ୍ଡ ଏଠାରୁ ପ୍ରତ୍ୟାବର୍ତ୍ତନ କରିବ, କିନ୍ତୁ ବିରାଟ କୋହଲି ଏବଂ ଅଧିନାୟକ ଶୁଭମନ ଗିଲ୍ ଦୃଢ଼ତା ସହ କ୍ରିଜରେ ଜମି ରହିଥିଲେ । ଅଧିନାୟକ ଗିଲ୍ (୩୭) ସମ୍ଭାଳିିକି ଖେଳିଥିବାବେଳେ ବିରାଟ କୋହଲି (୭୪)ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ବର୍ଷା କାରଣରୁ ମ୍ୟାଚ୍ ଦୁଇଥର ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ଡକୱର୍ଥ-ଲୁଇସ୍ ନିୟମ ଅନୁସାରେ ଭାରତକୁ ୩୨ ଓଭରରେ ୧୪୩ ରନ୍ର ସଂଶୋଧିତ ଲକ୍ଷ୍ୟ ମିଳିଥିଲା । ଏହି ସମୟରେ କୋହଲି ମାତ୍ର ୩୫ ବଲ୍ରୁ ନିଜର ଦିନିକିଆ କ୍ୟାରିୟରର ୮୦ତମ ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ଏବଂ ଗିଲ୍ ମିଶି ୧୧୩ ରନ୍ର ମଜବୁତ ଭାଗିଦାରୀ କରିଥିଲେ । କିନ୍ତୁ ଏହାପରେ ଭାରତ କିଛି ଓ୍ୱିକେଟ୍ ହରାଇଥିଲେ ମଧ୍ୟ ମ୍ୟାଚ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ଏବଂ ଭାରତ ୨୩ତମ ଓଭରରେ ହିଁ ମ୍ୟାଚ୍ ନିଜ ନାମରେ କରିନେଇଥିଲା । ଏହି ଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହୋଇଯାଇଛି।
