Latest Odisha News

BREAKING NEWS

Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛି। ଭାରତ ପୁରୁଷ ଏବଂ ମହିଳା ଉଭୟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ହାସଲ କରିଥିଲା। ଭାରତ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି। ଏପଟେ ହାରିବା ପରେ ପାକିସ୍ତାନକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।

ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ ଭାରତର ଆରମ୍ଭ ଭଲ ନଥିଲା। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ ଦଳ ପାଇଁ ଇନିଂସ୍ ଓପନ କରିଥିଲେ। ବୈଭବ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ ଏବଂ ଆଶା କରାଯାଉଥିଲା ଯେ ସେ ଏକ ବଡ଼ ଇନିଂସ୍ ଖେଳିବେ, କିନ୍ତୁ ତାହା ହୋଇନଥିଲା। ସେ ୯ ବଲ୍‌ରେ ମାତ୍ର ୧୫ ରନ୍‌ କରି ଦୁଇଟି ଛକା ମାରି ଆଉଟ୍ ହୋଇଥିଲେ। ତୃତୀୟ ନମ୍ବରରେ ଆସିଥିବା ସଞ୍ଜୁ ସାମସନ୍ ମଧ୍ୟ ଖୁବ୍ ଶୀଘ୍ର ବିଦାୟ ନେଇଥିଲେ। ସେ ଚାରି ବଲ୍‌ରେ ମାତ୍ର ଦୁଇଟି ରନ୍‌ କରିପାରିଥିଲେ। ତଥାପି ଅଭିଷେକ ଶର୍ମା ପିଚ୍ ରେ ତିଷ୍ଠି ରହିଥିଲେ। ତାଙ୍କୁ ଅଧିନାୟକ ଶ୍ରେୟସ ଆୟରଙ୍କଠାରୁ କିଛି ସମର୍ଥନ ମିଳିଥିଲା।

ଏହା ପରେ ଯେତେବେଳେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କଲା, ଦଳ କେବେବି ମ୍ୟାଚ୍ ଜିତିବା ପରି ମନେ ହେଉନଥିଲା। ଅଧିନାୟକ ସାହିବଜାଦା ଫରହାନ ମାତ୍ର ୧୧ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଭାରତୀୟ ବୋଲରମାନେ ଚାପ ବଜାୟ ରଖି ଦଳକୁ ବିଜୟୀ କରିବାରେ ସଫଳ ହୋଇଥିଲେ। ପାକିସ୍ତାନୀ ଦଳ ୨୦ ଓଭରରେ ମାତ୍ର ୧୯୨ ରନ କରିପାରିଥିଲା ଏବଂ ଭାରତ ୧୯ ରନରେ ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଅକ୍ଷର ପଟେଲ ଚାରି ଓଭରରେ ୨୯ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ମଧ୍ୟ ଚାରି ଓଭରରେ ୨୯ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଶିବମ ଦୁବେ ତିନି ଓଭରରେ ୩୩ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଯସପ୍ରିତ ବୁମରାହଙ୍କୁ କୌଣସି ୱିକେଟ ମିଳିନଥିଲା। ସେ ଚାରି ଓଭରରେ ୩୩ ରନ ଦେଇଥିଲେ।

 

Leave A Reply

Your email address will not be published.