Latest Odisha News

BREAKING NEWS

‘ଶ୍ରୀମାନ୍ ସୁରଦାସ’ ରେ କମାଲ୍ କରୁଛନ୍ତି ବାବୁସାନ-ବୁଦ୍ଧାଦିତ୍ୟ ଯୋଡ଼ି

ଓଲିଉଡର ଜେଣ୍ଟଲମ୍ୟାନ୍ କମ୍ ହିରୋ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଦର୍ଶକ ପୂଜା ବଜାରରେ ନୂଆ ରୂପରେ ଦେଖିବାକୁ ପାଇବେ । କଥାଟି ହେଲା, ପୂଜା ବଜାରର ନୂଆ ସିନେମା ‘ଶ୍ରୀମାନ୍ ସୁରଦାସ’ରେ ବୁଦ୍ଧାଦିତ୍ୟ ଏକ ନୂଆ ଚରିତ୍ରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ।

ଏଥିରେ ସେ ଭୈରବ ଚରିତ୍ରରେ ଆସୁଛନ୍ତି । ଏହା ଏକ ସସ୍ପେନ୍ସ ଚରିତ୍ର । ଦର୍ଶକମାନେ ତାଙ୍କର ଏହି ନୂଆ ବେଶକୁ ଦେଖି ନିଶ୍ଚିତ ତାଜୁବ୍ ହୋଇଯିବେ ।

ସକାରାତ୍ମକ ନା ନକାରାତ୍ମକ ଚରିତ୍ର ତାହା ବୁଝିବାକୁ ଦର୍ଶକେ ଟିକେ ଅଡ଼ୁଆରେ ପଡ଼ିଯାଇପାରନ୍ତି । ଏଥିରେ ସେ ଜଣେ ସମ୍ଭ୍ରାନ୍ତ ଯୁବକ ଭୂମିକାରେ ନଜର ଆସିବେ । ‘ଶ୍ରୀମାନ୍ ସୁରଦାସ’ର ଟାଇଟଲ୍ ରୋଲ୍ରେ ଚକୋଲେଟ୍ ବୟ ବାବୁସାନ୍ ଅଛନ୍ତି । ଏଥିରେ ବାବୁସାନଙ୍କ ମଜ୍ଜାଦାର୍ ଡ଼ାଏଲଗ୍ ସାଙ୍ଗକୁ ବୁଦ୍ଧାଦିତ୍ୟଙ୍କ ଅଜବ ରୋଲକୁ ଦେଖି ଦର୍ଶକ ନିଶ୍ଚିତ ରୂପେ ପସନ୍ଦ କରିବେ । ବଲିଉଡ଼ରେ ଏହା ଏକ ଭିନ୍ନ ଧରଣର ପୂଜା ରିଲିଜ୍ ।

ତେବେ ବାବୁସାନ୍-ବୁଦ୍ଧାଦିତ୍ୟ ଯୋଡ଼ିଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ‘ଲୋଫର୍’ ଫିଲ୍ମରେ ଦେଖିଥିଲେ । ତରଙ୍ଗ ସିନେ ପ୍ରଡ଼କ୍ଟସନ୍ର ‘ଶ୍ରୀମାନ୍ ସୁରଦାସ’ର ନିର୍ଦ୍ଦେଶକ ଦାୟିତ୍ୱ ଅଶୋକ ପତି ନେଇଥିବାବେଳେ ଅନ୍ୟାନ୍ୟ ଭୂମିକାରେ ମିହିର ଦାସ, ଅପରାଜିତା, ଅନନ୍ତ ଆଚାର୍ଯ୍ୟ ଓ ତ୍ରିଭୁବନ ପ୍ରମୁଖ ରହିଛନ୍ତି । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର ।

Leave A Reply

Your email address will not be published.