Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି ।

୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ, ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି । ଗଣନା ଆମେରିକୀୟ ଡଲାର ଆଧାରରେ ହୋଇଛି । ଏହା ଛଡ଼ା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଜିଡିପି ଆଧାରରେ ଭାରତ ପ୍ରଥମ ତ୍ରୈମାସିକରେ ଅର୍ଥ୍ୟ ବ୍ୟବସ୍ଥାକୁ ମଜଭୁତ୍ କରି ପାରିଛି ।

ଆର୍ଥିକ କ୍ଷେତ୍ରରେ ବ୍ରିଟେନ୍ ଖସିବା ସେଠାରେ ଆସିବାକୁ ଥିବା ନୂଆ ସରକାର ପାଇଁ ବଡ଼ ଝଟକା ହେବ । ବ୍ରିଟେନରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଶୀଘ୍ର ହିଁ ପ୍ରଧାନମନ୍ତ୍ରୀ ବାଛିବେ । ନୂଆ ସରକାର ଲାଗି ଦରଦାମ ବୃଦ୍ଧି ଓ ସ୍ଥିର ଅର୍ଥ ବ୍ୟବସ୍ଥା ବଡ଼ ଚ୍ୟାଲେଞ୍ଜ ହେବ । ଅନ୍ୟପଟେ ଅର୍ଥନୀତିଜ୍ଞଙ୍କ ମତରେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ବିକାଶ ଦର ୭ ପ୍ରତିଶତରୁ ଅଧିକ ରହିପାରେ ।

IMF ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତର ଅର୍ଥ ବ୍ୟବସ୍ଥା ୮୫୪.୭ ଅରବ ଡଲାର ଥିଲା । ଯେତେବେଳେ କି ବ୍ରିଟେନର ଅର୍ଥ ବ୍ୟବସ୍ଥା ୮୧୬ ଅରବ ଡଲାର ରହିଥିଲା । ଏହି ତଥ୍ୟ ହିଁ କହୁଛି ବିଶ୍ୱରେ ଅର୍ଥ ବ୍ୟବସ୍ଥା ଧରାଶାୟୀ ହୋଇ ପଡ଼ିଥିବା ବେଳେ ମହଙ୍ଗା ମାଡ଼ ସ୍ଥିତିକୁ ଆହୁରି ଜଟିଳ କରିଛି । ତଥାପି ଭାରତୀୟ ଅର୍ଥ ବ୍ୟବସ୍ଥା ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଜୋରରେ ଆଗକୁ ବଢ଼ୁଛି ।

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଜିଡିପି ଅନୁସାରେ, ଜୁନ୍ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ଜିଡିପି ୧୩.୫ ପ୍ରତିଶତ ରହିଥିଲା । ଋଯେତେବେଳେ କି ଜୁନ୍ ତ୍ରୈମାସିକରେ ଆମେରିକାର ଜିଡିପି ୦.୬ ପ୍ରତିଶତ ହ୍ରାସ ପାଇଛି ।

Leave A Reply

Your email address will not be published.