Latest Odisha News

BREAKING NEWS

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।

ଗ୍ରାମବାସୀଙ୍କ ପକ୍ଷରୁ କେଦାରନାଥ ମନ୍ଦିର ଭଳି ତୋରଣ ସଜ୍ଜା ହୋଇଛି। ଏହି ତୋରଣ ନିର୍ମାଣ କରିବାକୁ କଟକରୁ କାରିଗର ଆସିଥିଲେ।ମାସାଧିକ କାଳ ହେବ ନିର୍ମାଣ କାର୍ଯ୍ୟ ଚାଲିଥିଲା।କେଦାରନାଥଙ୍କ ମନ୍ଦିର ସହ ବରଫାବୃତ୍ତ ପାହାଡ ଭଳି ତୋରଣ ନିର୍ମାଣ ହୋଇଛି।

ଏବେ ଏଠାରେ ତୋରଣ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ଗଜାନନଙ୍କ ଦର୍ଶନ ସହ ତୋରଣ ପାଖରେ ଫୋଟ ଉଠାଉଛନ୍ତି ।

ଗ୍ରାମବାସୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ଗୌଡ଼ କୁହନ୍ତି, କେଦାରନାଥ ମନ୍ଦିର ଏବଂ ଚାରିପାଖରେ ପାହାଡ଼ ଯେମିତି ରହିଛି, ଏଠାରେ ଅବିକଳ ସେହି ଭଳି ନିର୍ମାଣ କରାଯାଇଛି। ତୋରଣ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ଉତ୍ସାହିତ ଅଛନ୍ତି। ବହୁ ସଂଖ୍ୟାରେ ଭିଡ ଜମୁଛି ବୋଲି ସେ କହିଛନ୍ତି।

ଆୟୋଜକ କମିଟିର ସଦସ୍ଯ ଶ୍ରୀକାନ୍ତ ଗୌଡ଼ କୁହନ୍ତି, କେଦାରନାଥ ମନ୍ଦିରକୁ ଦର୍ଶନ ପାଇଁ ଯିବା, ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଏଣୁ ଗାଁ ଲୋକଙ୍କୁ ମନ୍ଦିରର ଝଲକ ଦେଖାଇବା ପାଇଁ ତୋରଣ ନିର୍ମାଣ କରାଯାଇଛି।

ତୋରଣର ଉଚ୍ଚତା ୩୦ ଫୁଟରୁ ଅଧିକ ହୋଇଥିବା ବେଳେ ମୂର୍ତ୍ତୀ ଉଚ୍ଚତା ପ୍ରାୟ ୧୦ ଫୁଟ। ନିର୍ମାଣ ପାଇଁ ୨୫ରୁ ୩୦ ଦିନ ଲାଗିଛି। ପୂଜା ଆରମ୍ଭରୁ ୨୧ ଦିନ ପର୍ଯ୍ୟନ୍ତ ପୂଜା ଚାଲିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.