Latest Odisha News

BREAKING NEWS

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ ।

ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ ଚୌହାନଙ୍କ ମଧ୍ୟରେ ପିନ୍ଧିବା ବେଲ୍ଟକୁ ନେଇ ବଚସା ହୋଇଥିଲା ।

ବଚସା ବଢ଼ି ଉତ୍ୟକ୍ତ ଅବସ୍ଥାକୁ ଯାଇଥିଲା । ଏପରିକି ଉମେଶ ରାଗିଯାଇ ପାଖରେ ଥିବା ଏକ ଛୁରାରେ ସୋମେଶ ଉପରକୁ ଆକ୍ରମଣ କରିଥିଲା ।

ଜଂଘରେ ଛୁରା ମାଡ଼ ହୋଇ ପ୍ରବଳ ରକ୍ତ ବୋହିବାରୁ ଏମସିଏଲ ପରିଚାଳିତ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସୋମେଶକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଓରିଏଣ୍ଟ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.