Latest Odisha News

BREAKING NEWS

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକକୁ ବାତିଲା କଲା କଂଗ୍ରେସ: ଆସିବାକୁ ମନା କଲେ ଏହିସବୁ ଦଳ

ନୂଆଦିଲ୍ଲୀ:ଡିସେମ୍ବର ୬ ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ବୈଠକକୁ ବାତିଲ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ବୈଠକ ଡାକିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମ ବଙ୍ଗ ମମତା ବାନାର୍ଜୀ, ସମତାପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ସାମିଲ ହେବାକୁ ମନା କରିଦେଲେ । ଫଳରେ ଏହି ବୈଠକକୁ ବାତିଲ କରାଯାଇଛି ।

ଲୋକସଭା ନିର୍ବାଚନ-୨୦୨୪ ପାଇଁ ଆସନ ବୁଝାମଣା କରିବା ଲାଗି ବିପକ୍ଷ ନେତା ବାରମ୍ବାର ଇଣ୍ଡିଆ ବୈଠକ ଡାକୁଥିଲେ । ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଦ୍ୱାହି ଦେଇ ଏହାକୁ ଏଡାଇ ଦେଉଥିଲେ । ରବିବାର ୪ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବା ପରେ ଖଡଗେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲେ ।

ହେଲେ ମେଣ୍ଟର ସହଯୋଗୀ ନେତା ମମତା ବାନାର୍ଜୀ, ଅଖିଳେଶ ଯାଦବ, ନୀତିଶ କୁମାର, ହେମନ୍ତ ସୋରେନ ବୈଠକରେ ସାମିଲ ହେବାକୁ ମନା କରିଦେଇଥିଲେ । ସେହିପରି ନୀତିଶ କୁମାର ଯୋଗ ଦେଇ ପାରିବେନି ବୋଲି କହବା ସହ ତାଙ୍କ ଜାଗାରେ ଲଲନ ସିଂହ ଏବଂ ସଞ୍ଜୟ ଝା ଏବଂ ଅଖିଳେଶଙ୍କ ପକ୍ଷରୁ ସମତା ପାର୍ଟିର ରାମଗୋପାଳ ଯାଦବ ବୈଠକରେ ଯୋଗ ଦେବାର ସମ୍ଭାବାନ ଥିଲା । ଯାହା ବି ହେଉ, ଶେଷ ମୁହୂର୍ତ୍ତରେ ଏହି ବୈଠକକୁ ବାତି କରି ଦିଆଯାଇଛି ।

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ, ତାଙ୍କ ପାଖରେ ମେଣ୍ଟ ଇଣ୍ଡିଆର ବୈଠକ ବିଷୟରେ କିଛି ସୂଚନା ନାହିଁ । ତାଙ୍କୁ ବୈଠକ ସମ୍ପର୍କରେ କିଛି କହି ନ ଥିବା ସେ କହିଥିଲେ ।

Leave A Reply

Your email address will not be published.