Latest Odisha News

BREAKING NEWS

ଏଠାରେ ଶସ୍ତାରେ ମିଳୁଛି ଶୀତବସ୍ତ୍ର, ଶୀଘ୍ର କିଣିନିଅନ୍ତୁ…

ନୂଆଦିଲ୍ଲୀ : ଆସିଲାଣି ଶୀତ ଋତୁ । ଦିନକୁ ଦିନ ଶୀତ ବଢିବାରେ ଲାଗିଛି  । ଅନେକ ସ୍ଥାନରେ ଏପରି ସ୍ଥିତି ହୋଇଛି , ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକମାନେ ଉଷ୍ମ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ମନକୁ ପ୍ରଶ୍ନ ଆସୁଛି କେଉଁଠାରେ ଆମକୁ କମ୍ ମୂଲ୍ୟରେ ଶୀତବସ୍ତ୍ର ମିଳିପାରିବ । ଆସନ୍ତୁ ଜାଣିବା ସେମିତି କିଛି ମାର୍କେଟ୍ ସମ୍ପର୍କରେ । ଦିଲ୍ଲୀର ମେଟ୍ରୋ ଷ୍ଟେସନ ନାଁ ତ ଆପଣମାନେ ଶୁଣିଥିବେ ନିଶ୍ଚୟ ।

ଏଠାରୁ ଆପଣ ମାନଙ୍କୁ ଶସ୍ତାରେ ଶୀତ ବସ୍ତ୍ର ମିଳିପାରିବ  । ହୌଜ ଖାସ୍ , ଚାନ୍ଦନୀ ଚୌକ , କଶ୍ମୀର ଗେଟ୍ , ରାଜୌରୀ ଗାର୍ଡେନ୍, ନୋଏଡା ସେକ୍ଟର ୫୨ ଏବଂ ହୁଡା ସିଟି ସେଣ୍ଟର ଭଳି ମେଟ୍ରୋ ଷ୍ଟେସନ ଗୁଡିକରେ ଆପଣମାନେ ଏସବୁ ଦୋକାନ ପାଇପାରିବେ । କିଛି ଦୋକାନ ମେଟ୍ରୋ ଷ୍ଟେସନ ବାହାରେ ଥିବାବେଳେ ଆଉ କିଛି ଦୋକାନ ମେଟ୍ରୋ ଷ୍ଟେସନ ଭିତରେ ଆପଣ ଦେଖିବାକୁ ପାଇବେ । ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ଏହା ଖୁବ୍ ସୁହାଇବ  ।

ଏଠାରେ ୩୦୦ରୁ ୪୦୦ ଟଙ୍କାରେ ସ୍ବେଟର , ୭୦୦ରୁ ୧୩୦୦ ଟଙ୍କା ମଧ୍ୟରେ ଜ୍ୟାକେଟ୍ ଓ ୩୦୦ରୁ ୭୦୦ ଟଙ୍କାରେ ଆପଣମାନେ ଟ୍ରାଉଜର ପାଇପାରିବେ । ଏହା ବ୍ୟତୀତ, ଆପଣ ଏଠାରେ ଉଚ୍ଚମାନର ପୋଷାକ ମଧ୍ୟ ପାଇପାରିବେ । ଏସବୁ ଦୋକାନ ଗୁଡିକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହେ । ଏହି ସମୟରେ ଆସି ଶୀତବସ୍ତ୍ର କିଣିନିଅନ୍ତୁ ।

Leave A Reply

Your email address will not be published.